ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ ତା ୭/୧୦-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ ଅନୁସନ୍ଧାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ୱ ସ୍ନାତକୋତ୍ତର ବିଭାଗ ମୁଖ୍ୟ ପ୍ରଫେସର ଡ଼ ଅନାମ ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ ସମ୍ପର୍କରେ ଆଲୋଚନା କରି ତାମ୍ର ପ୍ରସ୍ତର ଯୁଗର ସ୍ଥାନ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ମୁଖ୍ୟ ରଞ୍ଜନ କୁମାର ବେହୁରା ଆଲୋଚନାଚକ୍ରର ମହତ୍ୱ ଓ ସାମ୍ପ୍ରତିକ ଶିକ୍ଷାରେ ଆବଶ୍ୟକ ତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ,ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ, ଡ଼ ଫକୀର ପ୍ରଧାନ, ଅଧ୍ୟାପକ ରଞ୍ଜନ ଗାହାଣ,ଆଳି କଲେଜ ଅଧ୍ୟାପକ ସର୍ବେଶ୍ୱର ସେଠୀ ଓ ବିଶ୍ୱ ରଞ୍ଜନ ବରାଳ,ସତ୍ୟସାଇ ମହିଳା କଲେଜ ଅଧ୍ୟାପକ ସ୍ୱୟଂଜିତ ପଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଛାତ୍ର ଅଜୟ ଜେନା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଧ୍ୟାପକ ସତ୍ୟପ୍ରିୟ ସାମଲ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚ କ୍ରକୁ ଅଧ୍ୟାପକ ସତ୍ୟପ୍ରିୟ ସାମଲ ଓ ଇତିହାସ ବିଭାଗ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।