ବାସୁଦେବପୁର ଗ୍ରାମରେ ମାରାଣା ଷଣ୍ଢର ଅକ୍ରମଣରେ ୪ ଆହତ



ପଟ୍ଟାମୁଣ୍ଡାଇ ୮/୧୦ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ପଂଚାୟତ ବାସୁଦେବପୁର ଗାଁ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବୁଲା ଷଣ୍ଢ ଆକ୍ରମଣରେ ୪ଜଣ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ମଟରସାଇକେଲ ଭାଙ୍ଗି ଦେଇଛି । ଏଥିରେ ଜଣେ ଲୋକ ଗୁରୁତର ହୋଇପଡିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।
ଗତ କିଛି ଦିନ ଧରି ଉକ୍ତ ଅଂଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା । ମଙ୍ଗଳବାର ଅପରାହ୍ନ ସାଢେ ୪ଟା ସମୟରେ ବାସୁଦେବପୁର ଗ୍ରାମର କେତେଜଣ ଲୋକ ସାଙ୍ଗ ହୋଇ ଷଣ୍ଢଟିକୁ ଘଉଡାଇ ଦେବାକୁ ଚେଷ୍ଠା କରିବା ସମୟରେ ମାରଣା ଷଣ୍ଢ ସେମାନଙ୍କୁ ଆକ୍ରମଣ କରିଥିଲା ।ଷଣ୍ଢ ଆକ୍ରମଣରେ ପ୍ରେମାନନ୍ଦ ଜୀବନଦାଶଙ୍କ ମୁଣ୍ଡ ଦେହରେ ଆଘାତ ଲାଗିଥିବା ବେଳେ କ୍ଷେତ୍ରବାସୀ ଦାସଙ୍କୁ ଟେକି ପୋଖରିକୁ ପକାଇଦେଇଥିଲା । ଷଣ୍ଢ ଆକ୍ରମଣରେ ଶ୍ୟାମସୁନ୍ଦରପୁର ଗ୍ରାମର କୁନା ମିଶ୍ରଙ୍କ ମୁଣ୍ଡରେ ଆଘତ ଲାଗି ଥିବାରୁ ସେ ମେଡିକାଲରେ ଚିକିତ୍ସା କରାଇଥିଲେ । ସେହିପରି ମୂଳୁଗାଇଁ ଗ୍ରାମର ଜଣେ ଯୁବକ ଷଣ୍ଢ କୁ ଦେଖି ରାସ୍ତାରେ ମଟର ସାଇକେଲରଖି ପଳାଇଯିବାରୁ ତାଙ୍କ ଗାଡିଟିକୁ ଭାଙ୍ଗିଦେଇଛି । ଏହି ଅଂଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଫେରିଛନ୍ତି। ଷଣ୍ଢ ଭୟରେ ଲୋକ ମାନେ ବାହାରକୁ ବାହାରିବାକୁ ଭୟଚରୁଛନ୍ତି ।ଏନେଇ ଲୋକେ ମାରଣା ଷଣ୍ଢଟିକୁ କିପରି ଘଉଡ଼ାଯାଇପାରିବ ସେଥିପାଇଁ ୧୧୨ ନମ୍ବରକୁ ଜଣାଇବାରୁ ସେମାନେ ୧୯୬୫ ନଂ ପାଚାରିବାକୁ କହିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ । ଏଥିନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading