ଓର୍ଷକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୯ା୧୦: କେନ୍ଦ୍ରାପଡା ଜିଲ୍ଲା ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର୍ ଆନୁକୂଲ୍ୟରେ ଓର୍ଷକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଚକ୍ରୋଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତନୁଜା ନାୟକ, ମୁଖ୍ୟବକ୍ତା ଭାବେ ଡଃ ମୁରଲୀଧର ରଥ, ବ୍ରଜସୁନ୍ଦର ପରିଡା, ଗଙ୍ଗାଧର ପଣ୍ଡା, ଶଶୀକାନ୍ତ ବେହେରା ଓ ପରିଚାଳନା କମିଟି ଅଧ୍ୟକ୍ଷ ନେତ୍ରାନନ୍ଦ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୃଜନଶୀଳତା ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ସୃଜନଶୀଳତା ହିଁ ଆମ ତ୍ୱରାନ୍ୱିତ ବିକାଶର ଚାବିକାଠି ବୋଲି ମୁଖ୍ୟବକ୍ତା ମତ ରଖିଥିଲେ । ଉଭୟ ବରିଷ୍ଠ ଓ କନିଷ୍ଠ ଦଳର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମନମୋହନ ମିଶ୍ର ମାଙ୍ଗଳିକ ବେଦପାଠ କରିଥିଲେ, ଶିକ୍ଷକ ବୀରବର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସି.ଆର.ସି.ସି. ତପନ କୁମାର ଜେନା ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲେ । ଏହି ସଭାରେ ବିଭିନ୍ନ ପ୍ରାଥମିକ ବିଦ୍ୟାଲୟର ଗାଇଡ୍ ଶିକ୍ଷକଙ୍କ ସମେତ ଶିକ୍ଷାର୍ଥୀମାନଙ୍କ ପିତାମାତା, ଅଭିଭାବକ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ସଭାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିିତରଣ କରାଯାଇଥିଲା । ଶିକ୍ଷକ ମହେନ୍ଦ୍ର କୁମାର ସେଠୀ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


Next Post

ଜିଲ୍ଲା ବିଜେଡିର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ଉଦ୍‌ଘାଟନ

Wed Oct 9 , 2024
କେନ୍ଦ୍ରାପଡ଼ା, ୯ା୧୦: ଆଜି କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍‌ରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ବିଜେଡି ସୁପ୍ରିମୋ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ […]

You May Like