ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ



କେନ୍ଦ୍ରାପଡ଼ା, ୯ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମିନତୀ କୁମାରୀ ବିଶ୍ୱାଳ ଯୋଗଦେଇଛନ୍ତି। ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ, ଶିକ୍ଷୟିତ୍ରୀ ସଂଜ୍ଞାସାଗରିକା ନାୟକ, ରେଣୁକା ଭୋଳ, ଶୁଭଲକ୍ଷ୍ମୀ ପତ୍ରୀ, ପ୍ରିୟବ୍ରତ ମହାରଣା, ସ୍ନେହଲତା ସାମଲ ଏବଂ ଓସ୍ତପୁର ପଞ୍ଚାୟତର ସରପଞ୍ଚ ପ୍ରସନ୍ନ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ବିଦ୍ୟାଳୟକୁ ସ୍ୱାଗତ ଜଣାଇଥିଲେ।


Next Post

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ଆଲୋଚନା ଚକ୍ର

Wed Oct 9 , 2024
ପଟ୍ଟାମୁଣ୍ଡାଇ ୯.୧୦- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ସିଙ୍ଗୁଲାର ସଲୁସନ ଅଫ ଡିଫରେନସିଆଲ ଇକ୍ୟୁଏସନ ଆଣ୍ଡ ଇଟ୍ସ ଆପଲିକେସନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ମହାକାଳପଡ଼ାର ଶ୍ରୀ ଶ୍ରୀ […]

KANIKA