
କେନ୍ଦ୍ରାପଡା, ୧୧ା୧୦: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡ଼ା ଜିଲ୍ଲା କମିଟିର ପରିବର୍ଦ୍ଧିତ ବୈଠକ ଗୋପଛକ ଠାରେ ସାଥୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ସାଥି ରମେଶ ଚନ୍ଦ୍ର ନାୟକ। ଏହାପରେ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, କୃଷକଙ୍କୁ ମାସିକ ଭତ୍ତା ଦଶ ହଜାର ଟଙ୍କା ପ୍ରଦାନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତିନିଶହ ଦିନର କାମ ଯୋଗାଇଦେବା, ଦୈନିକ ମଜୁରୀ ଏକ ହଜାର ଟଙ୍କା, ୨୦୨୦ ବିଦ୍ୟୁତ ଆଇନକୁ ବାତିଲ କରାଯିବା ପ୍ରଭୃତି ଦାବିରେ ଆସନ୍ତା ୨୨ତାରିଖରେ ଜିଲ୍ଲାର ମହାକାଳପଡା ତହସିଲ ଘେରାଉ କରାଯିବାକୁ ଆହ୍ୱାନ ଦିଆଯାଇଛି। ଏହାଛଡା ଆସନ୍ତା ଡିସେମ୍ବର ୨୬ତାରିଖ ପାର୍ଟିର ପ୍ରତିଷ୍ଠା ଦିବସ ପ୍ରତ୍ୟେକ ଶାଖାରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ମାର୍ଶାଘାଇ- ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ଆଳି-ରାଜକନିକା ଜୋନ ସମ୍ପାଦିକା ସାଥି ସୁହାନା ବେଗମ୍, ନାରୀନେତ୍ରୀ ସାଥି ସଂଯୁକ୍ତା ରାଉତ, ସାଥି ନନ୍ଦିନୀ ସ୍ୱାଇଁ, ରାମଚଣ୍ଡୀ କୃଷକ ସଭାର ସଭାପତି ସାଥି ପ୍ରଶାନ୍ତ କୁମାର ଚୈାଧୁରୀ, ଉପସଭାପତି ସାଥି ଧିରେନ୍ଦ୍ର କୁମାର ସାମଲ, ସମ୍ପାଦକ ସାଥି ହରେକୃଷ୍ଣ ମାଝୀ, ସାଥି ପ୍ରଦୀପ ବେହେରା, ସାଥି ଶ୍ରୀଚରଣ ସାମଲ, ସାଥି ଜୟନ୍ତ କୁମାର ବାରିକ, ସାଥି ନିତ୍ୟାନନ୍ଦ ମାଝୀ, ସାଥି ରଞ୍ଜନ କୁମାର ମଲ୍ଲ୍ିକ ପ୍ରମୁଖ ଯୋଗଦେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।











