ଦୁଇଜଣିଆ କେନ୍ଦ୍ରୀୟ ଅଧିକାରୀଙ୍କ କେନ୍ଦ୍ରାପଡା ଗସ୍ତ



କେନ୍ଦ୍ରାପଡା, ୧୪ା୧୦: କେନ୍ଦ୍ରାପଡାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି ଦୁଇଜଣ କେନ୍ଦ୍ରୀୟ ଅଧିକାରୀ । ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜାତୀୟ ଜୀବିକା ମିଶନର ବରିଷ୍ଠ ପ୍ରୋଜେକ୍ଟ ଅଧିକାରୀ ଅନୁପ ଯୋଶୀ ଓ ବରିଷ୍ଠ ପ୍ରୋଗ୍ରାମ କୋଡିନେଟର ସଚୀ ଯୋଗେନ୍ଦ୍ରନାଥ ବର୍ମା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି ଗତ ୨୦୨୩-୨୪ ଓ ୨୦୨୪-୨୫ ଅଗଷ୍ଟ ମାସ ସୁଦ୍ଧା କେତେ ଲକ୍ଷ୍ୟ ପୂରଣ ହୋଇଛି ତା’ ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଅନ୍ତଃଦୋୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପଞ୍ଚାୟତିରାଜ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ଆଧୁନିକିକରଣ କାର୍ଯ୍ୟକ୍ରମ, ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା, ଗ୍ରାମୀଣ ସ୍ୱୟଂ କର୍ମ ନିୟୋଜନ ଟ୍ରେନିଂ ପ୍ରତିଷ୍ଠାନର କାର୍ଯ୍ୟକାରୀତା ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ମାର୍ଶାଘାଇ, ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କ ପ୍ରତିନିଧି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣରାୟ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ସାମଲ, ଜୀବିକା ମିଶନର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଦୁଇଜଣ କେନ୍ଦ୍ରୀୟ ଅଧିକାରୀ ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଗଙ୍ଗାରାମପୁର ଗ୍ରାମ ପଞ୍ଚାୟତ ଗସ୍ତ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଆସନ୍ତା ୨-୩ ଦିନ ମଧ୍ୟରେ କେନ୍ଦ୍ରାପଡା, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବେ ।


Discover more from

Subscribe now to keep reading and get access to the full archive.

Continue reading