
କେନ୍ଦ୍ରାପଡ଼ା, ୧୪ା୧୦: ମାର୍ଶାଘାଇ ମଧ୍ୟ ଇଂରାଜୀ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ମାର୍ଶାଘାଇ ଯଜ୍ଞ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରାତନ ଛାତ୍ର ପ୍ରେମାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୪୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ସେହି ପୁରାତନ ସ୍ମୃତିକୁ ରୋମନ୍ଥନ କରିବା ସହିତ ଅତୀତ ଦିନର ଅଭୁଲା ଦିନକୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ। ଏହି ଅବସରରେ ପିଲାମାନେ ନିଜ ନିଜ ମଧ୍ୟରେ ଗପସପରେ ମଜି ଯାଇଥିଲେ।
Mon Oct 14 , 2024
କେନ୍ଦ୍ରାପଡା ୧୪/୧୦- ଭିନ୍ନକ୍ଷମତା ଓ ପୁନର୍ବାସ ସମ୍ପର୍କିତ ସ୍ୱତନ୍ତ୍ର ଦ୍ୱି-ମାସିକ ଓ ଦ୍ୱି-ଭାଷିକ ସମ୍ବାଦପତ୍ର “ପୁନର୍ବାସ ସମାଚାର’ର ସଚିତ୍ର ରଙ୍ଗୀନ ସଂଖ୍ୟା ବିଶିଷ୍ଠ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ମାଧପୁର ସ୍ଥିତ ପୁନର୍ବାସ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଭିନ୍ନ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ତଥା ଉପଦେଷ୍ଟା ବିରଜା ରାଉତରାୟ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୁନାମଧନ୍ୟ ଚିକିତ୍ସକ ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ବରିଷ୍ଠ ସାମ୍ବାଦିକ […]