ବାତ୍ୟା ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟୀତ୍ୱ



କେନ୍ଦ୍ରାପଡ଼ା, ୨୨ା୧୦: ବାତ୍ୟା ‘ଦାନା’ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ ପ୍ରଦାନ ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ନିଯୁକ୍ତି ପ୍ରଦାନ କରିଛନ୍ତି। ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ପୁରୀ ଓ ଜଗତସିଂହପୁର ଭଳି ଅନ୍ୟ ୫ଟି ଜିଲ୍ଲା ନିମନ୍ତେ ଜଣେ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏକ ନିର୍ଦେଶନାମା ଜାରି କରିଛନ୍ତି। ସମସ୍ତ ଅଧିକାରୀମାନଙ୍କୁ ଆସନ୍ତା ୨୩ତାରିଖ ସକାଳ ସୁଦ୍ଧା ସଂପୃକ୍ତ ଜିଲ୍ଲା ସଦର ମହକୁମାରେ ନିଶ୍ଚିନ୍ତ ଭାବେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ପାଇଁ ୨୨ତାରିଖ ଠାରୁ ବାତ୍ୟା ପ୍ରସ୍ତୁତି, ବାତ୍ୟା ପରବର୍ତ୍ତୀ ପଦକ୍ଷେପକୁ ତଦାରଖ ଓ ସମୀକ୍ଷା କରିବା ନିମନ୍ତେ ବରିଷ୍ଠ ଅଧିକାରୀ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ସୈାରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ନିର୍ଦେଶକ ପୈାର ପ୍ରଶାସନଙ୍କ ଦ୍ୱାରା ଏକ ନିର୍ଦେଶନାମା ଆଜି ପ୍ରକାଶ ପାଇଛି।


Next Post

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତୟାର, ୧୦ ବାତ୍ୟା ଆଶ୍ରୟସ୍ଥଳୀ ଓ୨୫ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ

Tue Oct 22 , 2024
ପଟ୍ଟାମୁଣ୍ଡାଇ ତା ୨୧/୧୦-ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଅସୁରକ୍ଷିତ ଅବସ୍ଥାରେ ଥିବା ଲୋକ ମାନଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯିବା ପାଇଁ ବ୍ୟବସ୍ଥା କରାଯାଇ ତଦନୁଯାୟୀ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ବଢ଼େଇ ପଡା, ସାତକୁଡ଼ିଆ, ବିଲିକଣା, କଜଳବନ୍ଧ, କୋରିଆପଲ୍ଲା, ଶଙ୍କ ପୁର, ପାଳପାଟଣା, […]

KANIKA