ପଟ୍ଟାମୁଣ୍ଡାଇରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ବିଧାୟକ



ପଟ୍ଟାମୁଣ୍ଡାଇ ୨୩/୧୦ -ସମ୍ଭାବ୍ୟ ବାତ୍ୟା “ଦାନା ଭିତରକନିକା ଠାରେ ଲ୍ୟାଣ୍ଡ ଫଲ କରିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଆଶା ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ତଳିଆ ଅଂଚଳରେ ଥିବା ଅସୁରକ୍ଷିତ ଲୋକମାନଙ୍କ ଆଖିରୁ ନିଦ ହଜି ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗରରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିବା ପରେ ଗୁରୁବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ପ୍ରଶାସନିକ ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବିଧାୟକ ସାହୁ ପୌର ଓ ବ୍ଲକ ଅଂଚଳରେ ଥିବା ସ୍ଥାଇ ଅସ୍ଥାଇ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଜନସାଧାରଣଙ୍କ ସୁବିଧା ପାଇଁ ଜେନେରଟର ବ୍ୟବସ୍ଥା କରିବା, ସମସ୍ତ ବାତ୍ୟା ଅଂଚଳରେ ପିଇବା ପାଣିର ଉପଯୁକ୍ତ ବ୍ୟବସ୍ଥା କରିବା, ଟ୍ୟାଙ୍କର ଯୋଗେ ଜନସାଧାରଣ ବ୍ୟବହାର ପାଇଁ ପାଣି ଯୋଗାଇବା, ସମସ୍ତ ନଳକୂପ କାର୍ଯ୍ୟକ୍ଷମ କରିବା,ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା, ଆବଶ୍ୟକ ପଡିଲେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ସଂଖ୍ୟା ବୃଦ୍ଧି କରିବା, ଗୃହ ପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସଜାଗ ରହିବା, ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ସହ ଅଗ୍ନିଶମ ବାହିନୀ ସଜାଗ ରହିବା ଉପରେ ଗୁରୁତ୍ୱ ଆରୋପ କରିବା ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଥିଲେ । ବାତ୍ୟା ସମୟରେ ଜନସାଧାରଣ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ଧ୍ୟାନ ଦେବା ସହିତ ସମସ୍ତ ବ୍ୟବସ୍ଥାକୁ ନିୟମିତ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରା. ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ,ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରା,ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ,ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ବ୍ଲକ ଯୋଗାଣ ନିରୀକ୍ଷକ, ଅଗ୍ନିଶମ ଅଧିକାରୀ, ସମାଜସେବୀ ବୁଢ଼ା ଲେଙ୍କା ଓ ଯୁବସମାଜସେବୀ ଶଶିକାନ୍ତ ସ୍ୱାଇଁ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading