ଦୁଇ ଦିବଂଗତ ନେତାଙ୍କ ଉଦେଶ୍ୟରେ କେନ୍ଦ୍ରାପଡାରେ ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭା



କେନ୍ଦ୍ରାପଡ଼ା, ୨୯ା୧୦: କେନ୍ଦ୍ରାପଡାର ପୂର୍ବତନ ସାଂସଦ ସ୍ୱର୍ଗତ ପ୍ରଭାତ ସାମନ୍ତରାୟ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ଉତ୍କଳ କେଶରୀ ପରିଡାଙ୍କ ପରଲୋକରେ ଆଜି ବିଜୁ ଜନତା ଦଳ ତରଫରୁ ଏକ ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ସାନ୍ତସାହିସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ କଲ୍ୟାଣମଣ୍ଡପରେ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡାର ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ଫୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ସାଂସଦ ପ୍ରତିନିଧି ତଥା ବୁଜପି ନେତା ମହମ୍ମଦ ସଲିମ, ସିପିଏମ ନେତା ଗ୍ୟାଧର ଧଳ, ସିପିଆଇ ନେତା ରମଣି ରଞ୍ଜନ ରାଉତରାୟ, ବରିଷ୍ଟ ଆଇନ ଜୀବୀ ବିଚିତ୍ରା ନନ୍ଦ ମହାନ୍ତି, ଭିମସେନ ଭୂୟାଁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ, ରାଜ୍ୟ ବିଜେଡି ରଞ୍ଜିତ ସାହୁ, ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ପ୍ରମୁଖ ସ୍ମୃତି ଚାରଣ କରି ଉଭୟ ନେତା ସ୍ୱର୍ଗତ ସାମନ୍ତରାୟ ଓ ସ୍ୱର୍ଗତ ପରିଡାଙ୍କୁ କନ୍ଦ୍ରାପଡାର ସୁଯୋଗ୍ୟ ପ୍ରତିନିଧି ଭାବରେ ବର୍ଣ୍ଣନା କରିବା ସହ ସେମାନଙ୍କର କେନ୍ଦ୍ରାପଡା ପ୍ରତି ମମତା ଓ କେନ୍ଦ୍ରାପଡାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କେନ୍ଦ୍ରାପଡା ବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିବେ ବୋଲି ମତ ରଖିଥିଲେ ।
ବିଧାୟକ ଗଣେଶ୍ୱର ବେହେରା ଦୁଇ ନୋତାଙ୍କର ବିଷେସ୍ୱତ ଉପର ଆଲୋପାତ କରି କହିଥିଲେ ଯେ ଉଭୟ ଦୃଢମନା ତଥା ମାଟି ମନସ୍କ ଥିଲେ । ସ୍ୱର୍ଗତ ସାମନ୍ତରାୟ ସାହାସୀ ଥିଲାବେଳେ ସ୍ୱର୍ଗତ ପରିଡା ଦଦୁଃ ସାହାସୀ ଥିଲେ । ସ୍ୱର୍ଗତ ସାମନ୍ତରାୟ ଓ ସ୍ୱର୍ଗତ ପରିଡା ଉତ୍ତରପିଢୀ ପ୍ରତିନିଧିମାନଙ୍କ ପାଇଁ ଉଦାହରଣ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ନଗହର ବିଜେଡି ସଭାପତି ଯଯାତି ମହାନ୍ତି, ଜିଲ୍ଲା ବିଜେଡି ମହିଳା ସଭାପତି ରୋସନା ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସିପିଜ୍ଝଆଇ ନେତା ଆଦିକନ୍ଦ ରାଉଳ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ରବି ସାମଲ, ବିଶିଷ୍ଟ ସମାଜସେବୀ ଅବନ୍ତୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭଳ, କାଉନସିଲର କାଳୀପ୍ରସାଦ ମିଶ୍ର, ସ୍ୱାଧୀନ ନାୟକ, ପୂର୍ବତନ କାଉନସିଲର ହିବଜୁର ରହେମାନ, ହିରଣ୍ୟ ପଣ୍ଡା, ରମେଶ ଦାସ, ପ୍ରଶାନ୍ତ ସିଂ, ମୁକ୍ତାର ଖାଁ, ଚାନ୍ଦ ବାବୁ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ସେକ ଚନ୍ଦନ, ବରିଷ୍ଠ ବିଜେଡି ନେତା ଚିତ୍ରସେନ ପରିଡା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପ୍ରିୟଦର୍ଶିନୀ ତରାଇ, ରଶ୍ମିରଞ୍ଜନ ରାଉତ, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ଅନୂସୁୟା ନାୟକ, ପୂର୍ବତନ ନଗର ସଭାପତି ଶ୍ରୀକାନ୍ତ ପଣ୍ଡା, ଲୋହିତ ମହାନ୍ତି, ରାଜେସ ପଣ୍ଡା, ସଙ୍ଗମ ସାମଲ, ପ୍ରଶାନ୍ତ ବିଶ୍ୱାଳ, ବରିଷ୍ଠ ବିଜେଡି ନତା ରବି ପଣ୍ଡା, ବିଜୟ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଅଯୋଧ୍ୟା ବିଶ୍ୱାଳ, ରତିକାନ୍ତ ସାମଲ, ଚନ୍ଦନ ଦାସ, ରଞ୍ଜନ କର, ସଞ୍ଜୟ ଜେନା, ବାବାଜୀ ମଳିକ, ପ୍ରଭାତ ଉଡାଣ ସିଂ, ଦୟାନିଧି ପରିଡା, ପରଭେଜ ଅଖତର, ସମ୍ବିତ ଶ୍ରୀଚନ୍ଦନ, ସେକ ହୁସେନ୍ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading