ବଦଳି ପରେ ଅସନ୍ତୋଷ ବ୍ୟକ୍ତ କଲେ ଜନତା କେନ୍ଦ୍ରାପଡ଼ା ବିଡିଓଙ୍କ ପ୍ରକୋଷ୍ଠକୁ ଅଣ୍ଡାମାଡ଼



କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ବିଡିଓଙ୍କ ବଦଳି ପରେ ଜନତା ଉତ୍ତ୍ୟକ୍ତ ହୋଇ ସେମାନଙ୍କ ଆକ୍ରୋଷ ବ୍ୟକ୍ତ କରିଛନ୍ତି। ଫଳ ସ୍ୱରୂପ ବିଡିଓଙ୍କ କାର୍ଯ୍ୟାଳୟକୁ ଘନ ଘନ ଅଣ୍ଡାମାଡ ହୋଇଛି। ଏହା ଦ୍ୱାରା ଦୀର୍ଘଦିନର ଅସନ୍ତୋଷର ବହ୍ନି ଜଳିଛି। କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଆସୁଥରଲା । ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇ ବେଆଇନ ଭାବରେ ବିଲ କରାଯାଇ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ଚଳୁ କରି ଦିଆଯାଇଛି। ଏସମ୍ପର୍କରେ ଉପରିସ୍ତ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଲୋକମାନେ ସେମାନଙ୍କର ବହୁ ଦିନର ଅସନ୍ତୋଷକୁ ବ୍ୟକ୍ତ କରି ଏଭଳି କରିଥିବା ଆଲୋଚନା ହେଉଛି। ସେମାନେ ବିଡିଓଙ୍କ ଉପରେ ଅଣ୍ଡାମାଡ କରିବାକୁ ଯାଇଥିଲେ। ହେଲେ ସେ ନ ଆସିବାରୁ ବାଧ୍ୟ ହୋଇ ତାଙ୍କ କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ କରିଥିଲେ। ସେ ଅଣ୍ଡାମାଡ଼ର ଯୋଗ୍ୟ। କାରଣ କେନ୍ଦ୍ରାପଡ଼ା ବ୍ଲକରେ ଯେତିକି ସମୟ ରହିଲେ ସେହି ଅବଧି ମଧ୍ୟରେ କୋଟି କୋଟି ଟଙ୍କା ଜନତାଙ୍କ ଟିକସ ଅର୍ଥ ଲୁଟିନେଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଅଭିଯୋଗ ଭିଜିଲାନ୍ସ ନିର୍ଦେଶକଙ୍କ ନିକଟକୁ ପଠାଯାଇଛି। ରାଜ୍ୟ ସରକାର ମଧ୍ୟ ତାଙ୍କ କାରନାମା ବିଷୟରେ ଜାଣିଲେ। ତେଣୁ ତାଙ୍କୁ କୌଣସି ପଦବୀରେ ଅବସ୍ଥାପିତ କଲେ ନାହିଁ। ଏହି ଅଣ୍ଡାମାଡକୁ ନେଇ ବ୍ଲକ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରକୋଷ୍ଠ ଦୁଆରମୁହଁରେ ଅଣ୍ଡା ପଡିଥିବା ଦେଖିଥିଲେ।
ସୂଚନା ଥାଉକି ନିକଟରେ କେନ୍ଦ୍ରାପଡ଼ା ବ୍ଲକ ବିଡିଓଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିଛିଦିନ ହେବ କେତେକ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ନେଇ ଜନ ପ୍ରତିନିଧିମାନେ ବିଡିଓଙ୍କୁ ବିରୋଧ କରୁଥିଲେ। ଏପରିକି କେତେକ ଜନପ୍ରତିନିଧିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏପରିକି ଜଣେ ପୂର୍ବତନ ବିଧାୟକ ମଧ୍ୟ ତାଙ୍କ ବିରୋଧରେ କହିଛନ୍ତି ଯେ ସେ ବିଧାୟକ ଥିବା ବେଳେ ଦୁହୁରିଆରୁ ଗରାପୁର କୋଠି ଛକ ପର୍ଯ୍ୟନ୍ତ ଯେଉଁ ଷ୍ଟ୍ରିଟ ଲାଇଟ୍ ଲାଗିଥିଲା ତାହାର ୱାର୍କ ଅର୍ଡର ଜଣଙ୍କ ନାମରେ ଥିବା ବେଳେ ବିଡିଓ ଅନ୍ୟ ଜଣଙ୍କ ନାମରେ ବିଲ କରିଦେଇଛନ୍ତି। ସେହିପରି ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା ସୋଲାର ପ୍ୟାନେଲ ସଂସ୍ଥାର ଦେୟ ବିଡିଓ ପ୍ରଦାନ କରୁନାହାଁନ୍ତି। ଏହିପରି ସେ ବହୁ ଅନିୟମିତତା କରିଛନ୍ତି ବୋଲି ପୂର୍ବତନ ବିଧାୟକ ଜଣକ କହିଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।


Next Post

କଖାରୁଣୀ କ୍ଲଷ୍ଟରରେ ନୂତନ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Wed Oct 30 , 2024
ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ ଜି ୟୁ ପି କ୍ଲଷ୍ଟର ପକ୍ଷରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଅରବିନ୍ଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ କବି ଅଶୋକ ପରିଡା, ପୂର୍ବତନ ସି ଆର ସି ସି କବି ଅନ୍ତର୍ଯ୍ୟାମୀ ବେଜ, ପ୍ରଧାନଶିକ୍ଷୟତ୍ରୀ ରେଣୁକା ମହାପାତ୍ର ପ୍ରମୁଖ […]

KANIKA