ମଦନପୁର କଟ୍ ରାସ୍ତାରେ ବୃକ୍ଷରୋପଣ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନର ମୁଖ୍ୟ ସୁଦର୍ଶନ ଗୋପିନାଥ ଯାଦବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବିଶିଷ୍ଟ ପରିବେଶବିତ ଗୋପବନ୍ଧୁ ନାୟକ, ପ୍ରକୃତିବନ୍ଧୁ ଗାଳ୍ପିକ ପ୍ରଦୀପ ନାୟକ, ଶିବ ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର, ଅଶ୍ୱସ୍ତ, ନିମ୍ବ ଆଦି ଚାରାଗଛ ରୋପଣ କରିଥିଲେ । ରାଜନଗର ବନାଂଚଳ ଅଧିକାରୀ ଚିତରଞ୍ଜନ ବେଉରା, ବନପାଳ ବିଜୟ କୁମାର ପାତ୍ର, ହେନ୍ତାଳ ଗବେଷକ ପ୍ରସନ୍ନ କୁମାର ନାୟକ, ଫରେଷ୍ଟ ଗାର୍ଡ ଗୀତାଞ୍ଜଳି ସାହୁ, ବିଶ୍ୱନାଥ ତରାଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗଛଗୁଡିକ ଲଗାଯାଇ ତା’ର ସୁରକ୍ଷା ପାଇଁ ୍ୱ ବନବିଭାଗ ତରଫରୁ ବାଡ଼ ବ୍ୟବସ୍ଥା କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ ଦିହୁଡିପୁର ସମିତିସଭ୍ୟା ଉପନିର୍ବାଚନ ୬୦% ମତଦାନ

Wed Aug 9 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ଏହି ପଂଚାୟତର ସମିତିସଭ୍ୟା ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ପୁରାଦମ ଲଗାଇ ଦେଇଥିଲେ । ଶାସକ ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ […]

KANIKA

Subscribe