ପାରିଶ୍ରମିକ ବୃଦ୍ଧି ପାଇଁ ଆଶାକର୍ମୀଙ୍କ ଗର୍ଜ୍ଜନ ସମାବେଶ



କେନ୍ଦ୍ରାପଡ଼ା,୨୧ା୧୧: ଗୁରୁବାର ସକାଳ ୧୦ଟାରେ ଏକ ହଜାରୁ ଉର୍ଦ୍ଧ୍ୱ ଆଶାକର୍ମୀଙ୍କର ଏକ ଶୋଭାଯାତ୍ରା ମାର୍ଶାଘାଇ ସି.ଏଚ.ସି.ର ପ୍ରାକ୍ତନ ସଂପାଦିକା ଭଗବତୀ ନାୟକ, ଜିଲ୍ଲା ଉପସଭାପତି ଭଜହରି ପ୍ରଧାନ,ଏଆଇଟିୟୁସି ନେତା ଅକ୍ଷୟ ମଲ୍ଲିକ, ଇନ୍ଦୁପୁର ସି.ଏଚ.ସିର ସମ୍ପାଦିକା ନନ୍ଦିନୀ ସ୍ୱାଇ,ଁ ପଟ୍ଟାମୁଣ୍ଡାଇ ସି.ଏଚ.ସିର ସଭାପତି ମନୋରମା ନାଥ, ରାଜନଗର ସି.ଏଚ.ସି ର ସଭାପତି କବିତା ରାଉତ, ପ୍ରାକ୍ତନ ସଭାପତି ଶାନ୍ତିଲତା ସାହୁ, ମହାକାଳପଡା ସି.ଏଚ.ସିର ସମ୍ପାଦିକା ରଶ୍ମୀରେଖା ପରିଡା, ଆଳି ସି.ଏଚ୍‌.ସି ର ଗୀତାଞ୍ଜଳୀ ସାମଲ, ଡେରାବିଶ ସି.ଏଚ୍‌.ସି ର ଶଶୀରେଖା ମଲ୍ଲିକ, ରାଜକନିକା ସି.ଏଚ.ସି ର ସଭାପତି ସୁକାନ୍ତି ବେହେରା, ପାଟକୁରା ସି.ଏଚ.ସି ର ସଭାପତି ସୁମିତ୍ରା ଜେନା, ଜୟନ୍ତ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ତିନିମୁହାଣୀ ଛକରୁ ବାହାରି ତୁରନ୍ତ ମାସିକ ବେତନ ୨୬ ହଜାର ଟଙ୍କା ପ୍ରଦାନ କରିବା, ପଦୋନ୍ନତି ଓ ପେନସନ୍ ଦେବା, ବାକି ଥିବା ବନ୍ୟା ବାତ୍ୟା ଓ ନିର୍ବାଚନ ସମୟର ପାରିଶ୍ରମିକ ୭ଦିନ ମଧ୍ୟରେ ପ୍ରଦାନ କରିବା, ପ୍ରତ୍ୟେକ ଗ୍ରାମରେ ଆଶାଗୃହ ନିର୍ମାଣ କରିବା, ଘରୋଇ ନର୍ସିଂହୋମରେ ପିଲା ଜନ୍ମ ହେଲେ ପାରିଶ୍ରମିକ ପ୍ରଦାନ ଆଦି ୧୪ ଦଫା ଦାବୀକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ଏକ ପ୍ରତିବାଦ ସଭା ଜିଲ୍ଲା ସଭାପତି ଆଡଭୋକେଟ ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଯେଉଁ ଆଶାକର୍ମୀମାନେ ଆମ ଗହଣରୁ ବିଦାୟ ନେଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ ୧୫ ଦଫା ଦାବି ସହିତ ବିସ୍ତୃୃତ ବିବରଣୀ ଉପସ୍ଥାପନା କରିଥିଲେ। ଏହାପରେ ସଂଗଠନର ରାଜ୍ୟନେତା ବରିଷ୍ଠ ଆଇନଜୀବୀ ସାଥୀ ରମଣୀ ରଞ୍ଜନ ରାଉତରାୟ ସ୍ୱାସ୍ଥ୍ୟ ସେବାର ବିକାଶ, କରୋନାକୁ ପ୍ରତିହତ ଓ ବନ୍ୟା, ବାତ୍ୟା ସମୟରେ ନିଜ ଜୀବନକୁ ପଛରେ ପକାଇ ଆଶାକର୍ମୀମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ କାମକରି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ନୂତନ ଡବଲ ଇଞ୍ଜିନ୍ ସରକାର ଏହାକୁ ଉପଲବ୍ଧ କରି ନିଶ୍ଚିତ ଭାବରେ ସରକାରୀ ଚାକିରୀର ମାନ୍ୟତା ଦେବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ ସଭାରେ ରାଜକନିକାର ସମ୍ପାଦିକା ସାଥୀ କବିତା ସାମଲ, ରାଜନଗର ସମ୍ପାଦିକା ଦମୟନ୍ତି କୁଣ୍ଡ ଓ ମିନତୀ ସାମଲ, ଇନ୍ଦୁପୁର ସି.ଏଚ.ସିର ସଭାପତି ସାଥୀ ସରସ୍ୱତୀ ସ୍ୱାଇଁ ପାଟକୁରା ସି.ଏଚ.ସି ର ସମ୍ପାଦିକା ଅମିତା ନାୟକ, ମାର୍ଶାଘାଇ ସି.ଏଚ୍‌.ସି ର ସମ୍ପାଦିକା ନମିତା ଦାସ, ସଭାପତି ହେମଲତା ସାହୁ, ପଟ୍ଟାମୁଣ୍ଡାଇ ସି.ଏଚ୍‌.ସି ର ସମ୍ପାଦିକା ସୁଷମା ଆଚାର୍ଯ୍ୟ, ଉପସଭାପତି କଳ୍ପନା ମହାପାତ୍ର, ପଟ୍ଟାମୁଣ୍ଡାଇ ମୁନିସିପାଲିଟ୍‌ର ଡଲିରାଣୀ ଦାସ, ଡେରାବିଶ ସି.ଏଚ୍‌.ସିର ସଂପାଦିକା ପୁଷ୍ପଲତା ଦଣ୍ଡପାଟ, ମହାକାଳପଡା ସି.ଏଚ୍‌.ସିର ସଭାପତି ରଞ୍ଜୁ ବେହେରା, ଉପସଭାପତି ସୁଜଳା ସରକାର, ରୀନାରାଣୀ ଦାସ, ଏଆଇଟିୟୁସି ନେତା ଦୁଃଶାସନ ଅଧିକାରୀ, ସସ୍ମିତା ବାରିକ, ମାନୀନୀ ମଳିକ, ରାଜକନିକା ନେତା ପୁଷ୍ପାରାଣୀ ପରିଡା, ମିନତୀ ମୁଦୁଲି, ରେଣୁବାଳା ସେଣ ପ୍ରଭୃତି ବକ୍ତବ୍ୟ ପ୍ରଦାନ କରି ନୂତନ ସରକାର ଦାବିକୁ ପୁରଣ ପାଇଁ ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ଉର୍ମିଳା ସେଠୀ, ରୀତାଞ୍ଜଳୀ ସାମଲ, ସୁଦେଷ୍ଣା ପରିଡା ପ୍ରଭୃତି ବୈପ୍ଳବିକ ସଂଗୀତ ଗାନ କରିଥିଲେ। ଏହାପରେ ସହକାରୀ ଜିଲ୍ଲାପାଳ ବିଶ୍ୱମୋହନ ମହାପାତ୍ର ଦାବିପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ଯଦି ସରକାର ଆଗାମୀ ବିଧାନ ସଭାରେ ଦାବିପୂରଣ ନକରନ୍ତି ତାହା ହେଲେ ବିଧାନ ସଭା ଅଚଳ କରାଯିବ ବୋଲି କର୍ମକର୍ତ୍ତାମାନେ ଚେତାବନି ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading