ଧୋୟାଂଚଳ ବିକାଶ ମଂଚ କାର୍ଯ୍ୟକାରୀ କମିଟି ପୁନଃଗଠିତ



ପଟ୍ଟାମୁଣ୍ଡାଇ ୨୪/୧୧ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଳର ୭ଟି ପଂଚାୟତର ସାମଗ୍ରିକ ବିକାଶ ପାଇଁ ଗଠିତ “ଧୋୟାଂଚଳ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଦାଣ୍ଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ଧନେଶ୍ୱର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, କୈଳାସ ସେଠୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ ପ୍ରେମାନନ୍ଦ ସୁତାର, ସନାତନ ତରାଇ, ରବୀନ୍ଦ୍ର ପରିଡା, ନାରାୟଣ ବିଶ୍ୱାଳ, ସୁରେଶ ଚନ୍ଦ୍ର ନାୟକ ଗୋଲେଖ ବେହେରା, ସୁଧାଂଶୁ ଶେଖର ଦାସ, ମାଧବାନନ୍ଦ ମଲିକ, ଗୋବିନ୍ଦ ଚନ୍ଦ୍ର ମଲିକ, ସୁଦର୍ଶନ ମଲିକ, ଅଚ୍ୟୁତାନନ୍ଦ ଦାସ, ଶତ୍ରୁଘ୍ନ ବେହେରା ଶିକ୍ଷାବିତ ରାଜ କୁମାର ବିଶ୍ୱାଳ,ପ୍ରମୁଖ ଯୋଗ ଦେଇ ଧୋୟାଂଚଳ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଚାଷୀଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରି ବିଭିନ୍ନ ସମସ୍ୟା ସମାଧାନ ପାଇଁ ମଂଚ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ସ୍ଥିର କରାଯାଇଥିଲା । ଧୋୟାଂଚଳ ବିକାଶ ମଂଚ ସଭାପତି ବସନ୍ତ ମଲ୍ଲିକ ଅସୁସ୍ଥ ଥିବାରୁ ମଂଚ କାର୍ଯ୍ୟକ୍ରମରେ ଭାଗ ନେଇ ପାରୁ ନାହାନ୍ତି । ଏଇ ପରିପ୍ରେକ୍ଷୀରେ ମଂଚ କାର୍ଯ୍ୟକାରୀ କମିଟି ପୁନର୍ଗଠନ ପାଇଁ ନିଷ୍ପତିି ନିଆଯାଇ ଅଣ୍ଢରା ପଂଚାୟତ ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁଙ୍କୁ ସଭାପତି ଓ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । ଶେଷରେ ଶିକ୍ଷାବିତ କାର୍ତିକ ଚନ୍ଦ୍ର ରାଉତ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading