ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଟଙ୍କା ପ୍ରଦାନ


 

କେନ୍ଦ୍ରାପଡା ତା୮/୧୨ – ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଅର୍ଥ ମୋଟ ୩୧୦୦/- ଟଙ୍କା ପ୍ରଦାନ ନିମନ୍ତେ ବରଗଡ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଯାହାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ସଂପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ବିଧାୟକ ମହାକାଳପଡା ଡ. ଦୁର୍ଗା ପ୍ରସନ ନାୟକ, ମାନନୀୟା ସଭାପତି, ଜିଲ୍ଲା ପରିଷଦ, କେନ୍ଦ୍ରାପଡା ସୁଶ୍ରୀ ଲିଲିତା ଦାସ, ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଓ.ପ୍ର.ସେ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅତିରିକ୍ତ ସହାୟକ ଅର୍ଥ ଆମ ଜିଲ୍ଲାର ୪୦,୦୦୦ରୁ ଉର୍ଦ୍ଧ୍ୱ ଚାଷୀ ପରିବାର ଏହି ସୁବିଧା ପାଇବାରେ ସକ୍ଷମ ହେବେ। ଏହା ଦ୍ୱାରା ଆମ ଓଡିଶାର ଚାଷୀ ସେମାନଙ୍କର ଆର୍ଥିକ, ସ୍ୱବାଲମ୍ବି ହେବା ସହିତ ସମାଜରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇପାରିବେ। କ୍ୱିଂଟାଲ ପିଛା ୮୦୦ ଟଙ୍କା ଅତିରିକ୍ତ ସହାୟତା ରାଶି ଓଡିଶାରେ ପ୍ରତ୍ୟେକ ଚାଷୀ ପରିବାରରେ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ପରି ମୌଳିକ ସୁବିଧା ପ୍ରାପ୍ତ ହେବା ସହ ସେମାନଙ୍କ ପରିବାରରେ ହସ ଫୁଟାଇବାରେ ସହାୟକ ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣରେ ମତପ୍ରକାଶ କରିଥିଲେ। ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲାର ୯ ଗୋଟି ବ୍ଲକର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କର ସମାଗମ ହୋଇଥିଲା। ପରିଶେଷରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଚାଷୀ ମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁଧନ୍ୟବାଦ ଅର୍ପଣ କରାଯାଇଥିଲେ। ଏହି ସଭାରେ ଉପ-ଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, କେନ୍ଦ୍ରାପଡା ସନ୍ତୋଷ କୁମାର ଦାସଯୋଗ ଦେଇଥିଲେ। ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଦୟାସିନ୍ଧୁ ପରିଡା ମଂଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସର୍ବଶେଷରେ ଉପ-ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଚାଷୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ।

 


Next Post

ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ , ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ-୨୦୨୪

Sun Dec 8 , 2024
ପଟ୍ଟାମୁଣ୍ଡାଇ ୭/୧୨-ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ-୨୦୨୪ ନରସିଂହପୁର ପଂଚାୟତ ଅନ୍ତର୍ଗତ ଅଠରବାଟିଆ ବଜ୍ର ମା କାଳୀ ହାଇସ୍କୁଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସ୍ୱରେ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ମୁଖ୍ୟଅତିଥି, ଓଷ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସମ୍ପାଦକ ତପନ କୁମାର ସିଂହ ମୁଖ୍ୟବକ୍ତା, ବଜ୍ର ମା କାଳୀ […]

KANIKA