ଡକାୟତ କରିବା ଯୋଜନା ବେଳେ ପୋଲିସର ଚଢାଉ , ୪ ଲୁଟେରା ଗିରଫ ମୋବାଇଲ ସହିତ ସ୍କୁଟି ଜବତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ ପଟ୍ଟାମୁଣ୍ଡାଇ ପୋରାଂଚଳ ଅନ୍ତର୍ଗତ ପୋଖରିଆପଡା ଗ୍ରାମର ବିକାଶ ମଳିକ (୨୧), ସେହି ଗ୍ରାମର ଆଉଜଣେ ବିକାଶ ମଳିକ (୨୯), ପଟ୍ଟାମୁଣ୍ଡାଇ ୧୦ ନଂ ୱାର୍ଡ଼ର ବିନୋଦ ମଳିକ (୨୦) ଓ ଗ୍ରାମାଂଚଳ ଥାନା ଅଧିନ ବୁଆଁଳ ଗ୍ରାମର ଧନେଶ୍ୱର ମଳିକ (୨୩) ବୋଲି ପୋଲିସ ସୁଚନାରୁ ଜଣାପଡିଛି । ପୋଲିସ ତାଙ୍କଠାରୁ କଟୁରୀ, ଲୁହାରଡ଼, ସ୍କୃ ଡ୍ରାଇଭର, ୫ଟି ଚୋରା ମୋବାଇଲ ସହିତ ଏକ ସ୍କୁଟି ଜବତ କରିଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସଡିପିଓ ସଂନ୍ଧ୍ୟାରାଣୀ ବେଉରିଆ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସମୟରେ ଲୁଟେରା ଗ୍ୟାଙ୍ଗ ଚୋରି, ଲୁଟ ଓ କଲେଜ ଛାତ୍ରୀଙ୍କୁ ଛୀନତାଇ କରୁଥିଲେ । ଯାହାକୁ ନେଇ ଦୀର୍ଘ ଦିନ ଧରି ପଟ୍ଟାମୁଣ୍ଡାଇ ଉଭୟ ଥାନାରେ ଅଭିଯୋଗ ହୋଇଆସୁଥିଲା । ଏ ନେଇ ପଟ୍ଟାମୁଣ୍ଡାଇ ପୋଲିସର ମୁଣ୍ଡବଥାର କାରଣ ପାଲଟିଥିଲା । ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲା । ତେବେ ଗତ ୯ ତାରିଖରେ ସବ ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ରାତ୍ରୀ ପାଟ୍ରୋଲିଂ ସମୟରେ ଥାନା ନିକଟବର୍ତୀ ମଦନପୁର କଟ ବନ୍ଧରେ କେତେକ ସନ୍ଦିଗ୍ଧ ଲୋକ ଅସ୍ତ୍ରଶସ୍ତ୍ର ସହିତ ଡକାୟତ କରିବା ଯୋଜନାରେ ମିଳିତ ହୋଇଥୁବା ନେଇ ପୋଲିସ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଯାଇ କୌଶଳକ୍ରମେ ସମ୍ପୃକ୍ତ ସନ୍ଧିଗ୍ଧ ଲୋକଙ୍କୁ କାବୁ କରିବା ସହିତ ଗିରଫ କରିଥିଲେ । ମାତ୍ର ଜଣେ ସନ୍ଦିଗ୍ଧ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗ୍ରାମାଞ୍ଚଳ ଥାନା ପୋଲିସ ୪ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣି ଜେରା କରିବା ପରେ ସେମାନେ ଡକାୟତି କରିବାକୁ ଯୋଜନା କରୁଥିବା ସ୍ପଷ୍ଟ କରିବା ସହିତ ନିଜ ନିଜର ପରିଚୟ ଦେଇଥିଲେ । ପୋଲିସର ତଦନ୍ତ ପରେ ଏମାନେ ପେସାଦାର ଅପରାଧୀ ବୋଲି ଜାଣିବାକୁ ପାଇଥିଲା । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜଣାପଡିଛି । ଏ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ୪୬୩/୨୩ରେ ମାମଲା ରୁଜୁ କରି ୪ ଜଣଙ୍କୁ କୋଟ୍ ଚାଲାଣ କରାଯାଇଛି ବୋଲି ଆଜି ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି, ଗ୍ରାମାଂଚଳ ଥାନା ଆଇଆଇସି ବାମଦେବ ନନ୍ଦ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading