
କେନ୍ଦ୍ରାପଡ଼ା,୧୨ା୧୨: ଗୁରୁବାର ଅପରାହ୍ନ ୩ଟାରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆରୋଗ୍ୟ ମନ୍ଦିର, ବାରୋ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳନ କରିଛି । କଳାମାଟିଆ ଗ୍ରାମ ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଶାକର୍ମୀ ସଂଯୁକ୍ତା ପ୍ରଧାନ ଗ୍ରାମବାସୀଙ୍କୁ ଏକଜୁଟ କରାଇଥିଲେ । ୱାର୍ଡମେମ୍ବର ପ୍ରଫୁଲ୍ଲ କୁମାର ରାଉତ, ଅଙ୍ଗନୱାଡି କର୍ମୀ କମଳା ସାମଲ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟା ସଭାକାର୍ଯ୍ୟରେ ସାମିଲ ହୋଇଥିଲେ । ସିଏଚ୍ଓ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ତଥା ଅର୍ଥ ବାଧା ଉପୁଜୁଥିବା ନେଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସରକାର ମାଗଣାରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ ବୋଲି ଆଲୋଚନା ମାଧ୍ୟମରେ ଗ୍ରାମବାସୀ ଅବଗତ ହୋଇଥିଲେ । “ସ୍ୱାସ୍ଥ୍ୟ ଦାୟିତ୍ୱ ସରକାରଙ୍କର” ଶୀର୍ଷକ ଆଲୋଚନାକୁ ଗ୍ରାମବାସୀଙ୍କ ସହାୟତାରେ ସିଏଚ୍ଓ ସଫଳ କରାଇଥିଲେ । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାକୁ ଆପଣେଇବାକୁ ସିଏଚ୍ଓ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ସଭା ଶେଷରେ କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ସହଯୋଗ ଓ ସମର୍ଥନ ପ୍ରତି ସିଏଚ୍ଓ କୃଷ୍ଣାନନ୍ଦ ମହାପାତ୍ର ଧନ୍ୟବାଦ ଜଣାଇଥିଲେ ।
















