ରୁଦ୍ରାଣୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲ ଏବଂ କିଡସ୍ ପ୍ଲେ ସ୍କୁଲର ମିଳିତ ଆନୁକୂଲ୍ୟରେ ୨୦ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚ ଉନ୍ମୋଚନ କରି କହିଥିଲେ ଯେ ଆଜିର ଶିଶୁ କାଲିର ନାଗରିକ । ପ୍ରବଚକ ମାନସଭୂଷଣ ହୃଷିକେଶ ରଥ ଅତିଥର ଭାବେ ଯୋଗଦେଇ ପିଲାମାନଙ୍କର ପ୍ରଥମ ଗୁରୁ ହେଉଛି ମା’ ବୋଲି କହିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ପୀତାମ୍ବର ଦାସ ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷା ସୌଦାମିନୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲର ସମ୍ପାଦକ ଇନ୍ଦ୍ରମଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୁନିକୁନି ଛାତ୍ରଛାତୀମାନଙ୍କୁ ପାଠପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଏବଂ ନାଟକ ପରିବେଷଣ ହୋଇଥିଲା । ଏହି ଉତ୍ସବ ପରିଚାଳନାରେ ଶିକ୍ଷୟିତ୍ରୀ ବିଜୁଲତା ରାଉତ, ଏଲିନା ବାରିକ, ସୋନାଲି ରଥ, ରଞ୍ଜନା ପଣ୍ଡା, ପଲ୍ଲବୀ ସାହୁ, ଗୀତାଞ୍ଜଳୀ ମଲ୍ଲିକ, ପ୍ରିୟଙ୍କା ଲେଙ୍କା, ଶାଶ୍ୱତୀ ଦାସ, ଜ୍ୟୋତ୍ସାରାଣୀ ସୂତାର, ପୁଷ୍ପଲତା ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରାଭିଭାବକ ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading