ସାଇ ମନ୍ଦିରର ପ୍ରଥମ ସଂସ୍ଥାପନ ଦିବସ



କେନ୍ଦ୍ରାପଡା,୨୪ା୧୨: ବିଶ୍ୱର ମହାନ୍ ସନ୍ଥମାନଙ୍କ ମଧ୍ୟରେ ସଦ୍‌ଗୁରୁ ସାଇ ବାବା ଅନ୍ୟତମ । ତାଙ୍କ ଶ୍ରୀମୁଖ ନିଃସୃତ ପବିତ୍ର ଏକାଦଶ ବାଣୀ ଯୁଗଯୁଗକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନୁପ୍ରେରିତ କରୁଥିବ । କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶ୍ରୀ ଶିରଡି ସାଇ ମନ୍ଦିରର ପୁଣ୍ୟ ପ୍ରଥମ ସଂସ୍ଥାପନ ଦିବସ ଉତ୍ସବ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମାହିତ ଏହି ଉତ୍ସବରେ ଶୁଭ ଜଳାଧିବାସ, ଶାନ୍ତି ହୋମ, ମହାଭିଷେକ ପରେ ମଧ୍ୟାହ୍ନ ଆରତି, ଭଜନ ସମାରୋହ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ସଫଳତାର ସହିତ ଅନିଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖ୍ୟାତ ସଂପନ୍ନ ପ୍ରଜ୍ଞାନ ମିଶନ୍‌ର ଆଧ୍ୟାତ୍ମିକ ଗୁରୁ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଫେସର ଦେବେନ୍ଦ୍ର ମିଶ୍ର, ବୀଣାପାଣି ମିଶ୍ର, ଚିରଂଜୀବି ମିଶ୍ର, କୃତିବାସ ଧଳ, ମୃଣାଳ କାନ୍ତ ନାୟକ, ବିକ୍ରମାଦିତ୍ୟ ସାହୁ, ସରୋଜ ପଣ୍ଡା, ନରୋତ୍ତମ ଜେନା, ଦୀପକ ବେହେରା, ବିମଳ ପରିଡା, ସନାତନ ଚୌଧୁରୀ, କୈଳାସ ସାହୁ, ସରିତା ଦାଶ, ଦୀପକ ଦାଶ, ଚିନ୍ମୟୀ ମହାନ୍ତି, ତନ୍ମୟ ପଲାଇ, ସନ୍ତୋଷ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ବାରୁଅର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଆୟୋଜିତ ଭଜନ ସମାରୋହରେ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ସଂଯୋଜନାରେ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଗଜଲ୍ ଗାୟକ କୈଳାସ ସାହୁ, ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା, ଉପେନ୍ଦ୍ର ପାଢୀ, ରଂଜନ ବରାଳ, ବଳରାମ ମଲିକ, ଅଜୟ ଜେନା, ନିହାର ଜେନା ପ୍ରମୁଖ ଭାବପୂର୍ଣ ଭଜନ ପରିବେଷଣ କରିଥିଲେ । ପ୍ରଥମେ ବିମଳ ପରିଡା ଓ ନିରୁପମା ଜେନା ସାଇ ଭକ୍ତି ସୋପାନ ପରିବେଷଣ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ । ଶେଷରେ ଶ୍ରୀମତୀ ଅର୍ଚ୍ଚନା ନାୟକ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading