ଅଧୁରା ରହିଗଲା ଅଯୋଧ୍ୟା ଦର୍ଶନ



ପଟ୍ଟାମୁଣ୍ଡାଇ ୨୬/୧୨ – ମୃତ୍ୟୁ କେତେବେଳେ ଆସେ କେହି କହିପାରିବେ ନାହିଁ । କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ । ସେଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଘଟିଛି ଓ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବାହାରିଥିବା ସ୍ୱାମୀ ହଠାତ ସ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ଅଯୋଧ୍ୟା ଦର୍ଶନ ଅଧୁରା ରହିଯାଇଛି ।
ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଜୟରାମ ନାୟକ ଓ ପତ୍ନୀ ବାସନ୍ତୀ ନାୟକଙ୍କୁ ଧରି ଅଯୋଧ୍ୟା ଯିବା ପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ବସରେ ବସିଲା ପରେ ସ୍ତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଏଭଳି ଅବସ୍ଥାରେ ସ୍ତ୍ରୀ ସ୍ୱାମୀଙ୍କୁ ଅଯୋଧ୍ୟା ଯିବା ପାଇଁ କହିଲେ । ସ୍ୱାମୀ ବସରେ ବସି ଅଯୋଧ୍ୟା ଅଭିମୁଖେ ବାହାରି ଗଲେ । ତେବେ ବାରିପଦାରେ ପହଂଚିବା ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତିରେ ସ୍ତ୍ରୀ ବାସନ୍ତୀ (୫୭)ଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ସ୍ତ୍ରୀ ବାସନ୍ତୀଙ୍କ ମୃତ୍ୟୁ ଖବର ପାଇ ସେହି ବୁଧବାର ରାତିରେ ସ୍ୱାମୀ ଜୟରାମ ଅଯୋଧ୍ୟା ଯାତ୍ରା ବାତିଲ କରି ବାରିପଦାରୁ ପଟ୍ଟାମୁଣ୍ଡାଇ ଫେରିଆସିଥିଲେ । ଗୁରୁବାର ଦିନ ପୁରୀ ସ୍ୱର୍ଗ ଦ୍ୱାର ନେଇ ବାସନ୍ତୀ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।


Next Post

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଚାଷୀଙ୍କ କ୍ଷୟକ୍ଷତି ପାଇଁ ସରକାର କଲେ ବଡ଼ ଘୋଷଣା

Thu Dec 26 , 2024
ଭୁବନେଶ୍ୱର,୨୬/୧୨-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍ (Krishi Rakshak App) କିମ୍ବା ହେଲ୍ପ ଲାଇନ […]

You May Like