ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ବନ୍ଧୁମିଳନ ଉତ୍ସବ



କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ୧୯୮୨ ବ୍ୟାଚ ଶିକ୍ଷାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ତରାପୁର ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମା’ ଶାରଳାଙ୍କର ମାର୍ଜନା ଓ ପୂଜାର୍ଚ୍ଚନା, ମନ୍ଦିର ପରିବେଶ ସଫେଇ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ୪୦ ଜଣ ଶିକ୍ଷାର୍ଥୀ ଯୋଗଦେଇ ଏକ ଆଲୋଚନା ଚକ୍ର ଓ ସାମୂହିକ ଭୋଜି କରିଥିଲେ । ବକ୍ତାମାନେ ପିଲାମାନଙ୍କ ମଧ୍ୟରେ ସଦ୍‌ଭାବନା ଓ ଏକତାର ବାର୍ତ୍ତା ଦେଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ବନ୍ଧୁ ବାବାଜୀ ଚରଣ ମହାନ୍ତି ଗାୟତ୍ରୀ ମନ୍ତ୍ର ପାଠ କରି ବାଖ୍ୟା କରିବା ସହ ଗୋଲକ ସେଠୀ ଓ ନୃସିଂହ ରାଉତ ସଙ୍ଗୀତ ପରିବେଷଣ କରିଥିଲେ । ବନ୍ଧୁ ସୁଧାଂଶୁ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତନୁଜ କିଶୋର ରାଉତ, ରାଜଶ୍ରୀ ଜେନା, ନିର୍ମଳ ସ୍ୱାଇଁ, ପୁଷ୍ପଲତା ବିଶ୍ୱାଳ, ମଧୁସୂଦନ ଦଳାଇ ଉଦ୍‌ବୋଧନ ଦେଇ ତାଙ୍କ ବିଦ୍ୟାଳୟକାଳୀନ ଅନୁଭୂତି ବର୍ଣ୍ଣନା କରିଥିଲେ । ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଦସ୍ୟମାନେ ଉପସ୍ଥିତ ଗୁରୁଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିବର୍ଷ ଏହି ବନ୍ଧୁମିଳନ ପରମ୍ପରାକୁ ବଜାୟ ରଖି ସମସ୍ତ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା । ସମସ୍ତେ ମା’ ଶାରଳାଙ୍କର ପ୍ରସାଦ ସେବନ କରିଥିଲେ । ପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ସମସ୍ତଙ୍କୁ ପ୍ରଦାନ କରାଯିବା ସହ କେନ୍ଦୁଝରରୁ ଆସିଥିବା ଫଳ ସମସ୍ତଙ୍କୁ ବିତରଣ କରାଯାଇଥିଲା । ଶେଷରେ ସୁଧାଂଶୁ କୁମାର ଦାସ ସମସ୍ତ ସଦସ୍ୟମାନଙ୍କର ସଦୟ ଉପସ୍ଥିତି ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।


Next Post

ଅଦିନିଆ ବର୍ଷାରେ ଫସଲ ନଷ୍ଟ , ସମବାୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Fri Dec 27 , 2024
ଭୁବନେଶ୍ୱର, ୨୭/୧୨/୨୦୨୪ ବିଭିନ୍ନ ଗଣମାଧ୍ୟମରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ସମ୍ପର୍କିତ ପ୍ରକାଶିତ ଓ ପ୍ରସାରିତ ଖବରକୁ ଗମ୍ଭୀରତାର ସହ ଗ୍ରହଣ କରି ଶୁକ୍ରବାର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏକ ସମୀକ୍ଷା ବୈଠକ କରିଛନ୍ତି । ଚାଷୀମାନଙ୍କଠାରୁ ସୂଚନା ପାଇବା ପରେ କିପରି ଯଥାଶୀଘ୍ର କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଏବଂ ଚାଷୀଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ […]

You May Like