କେନ୍ଦ୍ରାପଡା ୨୮/୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ଆନୁକୁଲ୍ୟରେ ଭୁବନେଶ୍ୱରର ସୁନାମ ଧନ୍ୟ ନାଟ୍୍ୟ ସଂସ୍ଥା “ଅଜିତ୍’ ର ଲୋକପ୍ରିୟ ନାଟକ ଘଐ୩୧୬ ପରିବେଷଣ ହୋଇଥିଲା । ଏହି ବହୁ ଚର୍ଚ୍ଚିତ ନାଟକ ଜାତୀୟ ରାଜ ପଥରେ ମଧ୍ୟ ରାତ୍ରିରେ ସଙ୍ଗଠିତ ଏକ ବାସ୍ତବ ଅନୁଭୂତି ଆଧାରିତ ଘଟଣା ଉପରେ ପର୍ଯ୍ୟବେସିତ । ଏହାକୁ ନିଖୁଣ ଭାବରେ ଅଭିନୟ କରି ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ । ଏହାର ପରିକଳ୍ପନା କରିଥଲେ ଅଜିତ ଦାସ, ନିର୍ଦ୍ଦେଶନା ଦେଇଥିଲେ ଦିପକ କୁମାର ପାଣି ଓ ଦ୍ୱିତୀୟ ସୋ ରେ ଲୋକ ପ୍ରିୟ ନାଟ୍ୟ ସଂସ୍ଥା ଶତାବ୍ଦୀର କଳାକାର ନାଟ କ “ଜୀବନ୍ୟାସ’ ପରିବେଷଣ ହୋଇଥିଲା । ଏହାକୁ ରଚନା ଓ ନିର୍ଦ୍ଦେଶନା ଧିର ମଲ୍ଲିକ । ସାଧାରଣ ଜନତା ମନରେ ଧର୍ମକୁ ନେଇ ଯୁଗ ଯୁଗ ଧରି ଯେଉଁ ଦୁର୍ବଳତା ରହି ଆସିଛି ଓ ତାହାର ସୁଯୋଗ ନେଇ କିପରି ବୁଦ୍ଧିମାନ ଶାସକ ଗୋଷ୍ଠୀ ସାଧାରଣ ଜନତାକୁ ଶୋଷଣ କରନ୍ତି ଏବଂ ତାହା ବିରୁଦ୍ଧରେ ସ୍ୱର ଉଠାଇଥିବା ବ୍ୟକ୍ତିର ପରିଣାମ ଯେ କଣ ହୋଇପାରେ । ସେ ବିଷୟରେ ଅତି ସୁନ୍ଦର୍ ଭାବରେ ଅଭିନୟ କରିଥିଲେ । ଭରପୁର ଦର୍ଶକଙ୍କ କରତାଳି ଅଭିନୟ ଚମତ୍କାର୍ ହୋଇଥିଲା ବୋଲି ସୂଚାଉ ଥିଲା । ସର୍ବ ଶେଷରେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଶଷ୍ଟ କଥାକାର ଡ. ରାମ ଚନ୍ଦ୍ର ବେହେରା, ଆମ ଓଡ଼ିଆର ମୁଖ୍ୟ ବ୍ୟବସ୍ଥାପକ ଶ୍ରଦ୍ଧକ୍ଷନନ୍ଦ ମହାରଣା ଦୁଇ ନାଟ୍ୟ ସଂସ୍ଥାର ପ୍ରତ୍ୟେକ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାକୁ ସିମ୍ଫୋନିର ସମ୍ପାଦକ ଡ. ବିନାୟକ ପ୍ରସାଦ ପ୍ରଧାନ, ସୁକାନ୍ତ ପ୍ରଧାନ, ସ୍ୱପ୍ନାଂଶୁ କୁମାର ଦାସ, ଡ. ଗିରିଜା କାନ୍ତ ଦାସ ପରିଚାଳନା କରିଥିଲେ । ଏଥିରେ ବଂଶୀଧର ମହାନ୍ତି ହିମାଂଶୁ ଭୂଷଣ ପରିଡା, ଦିବ୍ୟ ରଞ୍ଜନ ବେହେରା ସହାୟତା କରିଥିଲେ । ପ୍ରଥମ ଦିବସରେ ଯୁବ ତରଙ୍ଗ କାର୍ଯ୍ୟକ୍ରମ ଆରମ୍ଭରେ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା । ଆସନ୍ତାକାଲି ରାଜ୍ୟର ସୁନାମ ଧନ୍ଯ ନାଟ୍ୟ ସଂସ୍ଥା ଦ୍ୱାରା ମାଗୁଣିର ଶଗଡ, ଏବଂ କିଏ ? ପରିବେଷଣ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି ।