ବକେୟା ଅର୍ଥକୁ ନେଇ ଗାଡିମାଲିକଙ୍କୁ ହତ୍ୟା ଅଭିଯୋଗ



କେନ୍ଦ୍ରାପଡା, ୧ା୧: ଗାଡି ଭଡା ବାବଦ ବକେୟା ଅର୍ଥ ଅଦାୟକୁ ନେଇ ଜଣେ ଗାଡି ମାଲିକଙ୍କୁ ହତ୍ୟା କରାଯାଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବିରସ୍ୱତୀ ଗ୍ରାମର ନରହରି ନାଥଙ୍କ ପୁଅ କାହ୍ନୁ ଚରଣ ନାଥ ଓରଫ କାଳିଆ (୫୦) ତାଙ୍କ ଟାଟା ଏସି ଗାଡିରେ ଭଡାସୁତ୍ରରେ ସେହି ଗ୍ରାମର କେତେକ ଧାନବେପାରୀଙ୍କ ଧାନ ବିଭିନ୍ନ ସ୍ଥାନକୁ ନେଇଥାନ୍ତି। ସେହି ଗାଡିଭଡା ବାବଦରେ କାହ୍ନୁଙ୍କ ୬ଲକ୍ଷ ଟଙ୍କା ବାକି ରହିଯାଇଥିଲା। ଏହି ବକେୟା ଅର୍ଥକୁ ନେଇ ସେହି ଗ୍ରାମର ଦୁଇଜଣ ଧାନବେପାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ସେହି ଦୁଇଜଣ କାହ୍ନୁକୁ ଘରୁ ଫିଷ୍ଟ କରିବା ପାଇଁ ଡାକି ନେଇଥିଲେ। କିନ୍ତୁ ବୁଧବାର ସକାଳେ କାହ୍ନୁଙ୍କ ଶବ ଓସ୍ତପୁର- ବିରସ୍ୱତୀ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଥିବା ପୋଖରୀରେ ଭାସୁଥିବା ଲୋକେ ଦେଖି କାହ୍ନୁଙ୍କ ଘରକୁ ଖବର ଦେଇଥିଲେ। କାହ୍ନୁଙ୍କୁ ଘରୁ ଡାକି ନେଇଥିବା ସେହି ଗ୍ରାମର ଦୁଇଜଣ ଧାନ ବ୍ୟବସାୟୀ ବକେୟା ଅର୍ଥକୁ ନେଇ ହତ୍ୟା କରିଥିବା କାହ୍ନୁଙ୍କ ପୁତୁରା ମହେଶ୍ୱର ନାଥ ସଦର ଥାନାରେ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଏହି ଅଭିଯୋଗକୁ ନେଇ ଥାନା କେଶ ନମ୍ବର -୧/୨୦୨୫ରେ ଭାରତୀୟ ନ୍ୟାୟ ସଂହିତାର ୧୦୩ ଓ ୩(୫)ଦଫାରେ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବିମଳ ମଳିକ କହିଛନ୍ତି।


Next Post

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ , ଜଳର ସୁପରିଚାଳନା ଓ ଆବଣ୍ଟନ ହୋଇପାରିଲେ ଜଳ ସମସ୍ୟା ଜନିତ ଅସୁବିଧା ରହିବ ନାହିଁ।

Thu Jan 2 , 2025
କେନ୍ଦ୍ରାପଡ଼ା,୨ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଜଣ୍ଟିଲୋ ଡାକବଙ୍ଗଳା ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଥିଲେ। ଜଳସମ୍ପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ […]

KANIKA