ମାର୍କେଟ କମ୍ଲେକ୍ସ ଗୃହ ଉଦଘାଟିତ



କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହାସପୁର ଠାରେ ମାର୍କେଟ କମ୍ପେ୍ଲକ୍ସ ଗୃହ ମଙ୍ଗଳବାର ପବିତ୍ର ମକରସଂକ୍ରାନ୍ତୀ ଅବସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ସରୋଜିନୀ ନାୟକ ଓ ସମିତିସଭ୍ୟ ସରୋଜରଞ୍ଜନ ଜେନା ଅତିଥି ଭାବେ ଯୋଗଦେଇ ଏହି ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଉଦଘାଟନ କରିଥିଲେ। ଏହି ମାର୍କେଟ କମ୍ପେ୍ଲକ୍ସରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହକୁ ଗଜେନ୍ଦ୍ର ପରିଡା, ନାଗମଣୀ ସାହୁ, ମାନଗୋବିନ୍ଦ ରାଉତ, ପ୍ରଭଞ୍ଜନ ବେହେରା, ଗୁରୁଦେବ ଜେନା ଓ ଶ୍ରୀନିବାସ ନାୟକଙ୍କୁ ଭଡାସୁତ୍ରରେ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱରୀ ଜେନା, ମନୋଜ ନାୟକ, ନିତ୍ୟାନନ୍ଦ ମହାନ୍ତି, ରାଜକିଶୋର ବିଶ୍ୱାଳ, ପଦନ ବେହେରା, ବବଲୁ ଜେନା, ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading