
କେନ୍ଦ୍ରାପଡା,୧୮ା୧: ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ସରକାରୀ ହାଇସ୍କୁଲର ତିନିଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନ ଉତ୍ସବରେ ବେଣୀପୁର ଗ୍ରାମପଞ୍ଚାୟତର ସରପଞ୍ଚ ମୋହନ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଯୋଗଦେଇ ଆଜିର ଅବକ୍ଷୟମୂଖୀ ସମାଜରେ ଶ୍ରବଣ କୁମାରର ଆବଶ୍ୟକତା ରହିଛି । କର୍ତ୍ତବ୍ୟ ନିଷ୍ଠା ଓ ନିରନ୍ତର ପ୍ରଚେଷ୍ଟା ପ୍ରତ୍ୟେକ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ôଚପାରେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ବୈଷ୍ଣବ ଚରଣ କୁଣ୍ଡ, ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ସଭାପତି ସୁଦିପ୍ତ କେଶରୀ ସାମଲ, ସମାଜସେବୀ ଜ୍ଞାନେନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଗୟାଧର ସାହୁ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପାଢୀ, ଶିଶିର କୁମାର ଜୋଜୋ, ଶିକ୍ଷିକା ସୁନିତା ସାହୁ, ସୌଭାଗ୍ୟଲକ୍ଷ୍ମୀ ପୃଷ୍ଟି, ଚନ୍ଦ୍ରଭାନୁ ନାଥଶର୍ମା ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲା ବେଳେ ଶିକ୍ଷକ ପ୍ରିୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ସାହୁ ଓ ଛାତ୍ର ଜନ୍ମେଜୟ ମଲ୍ଲିକ ଚମ୍ପିଆନ ହୋଇଥିଲେ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।











