ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଉଦବୋଧନ, ଆଗାମୀ ୫ ବର୍ଷ ଦ୍ରୁତ ବିକାଶ ଓ ଉତ୍ତମ ଉପଲବ୍ଧିର ହେବ,


କେନ୍ଦ୍ରାପଡା, ତା.୨୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସି ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। କେନ୍ଦ୍ରପଡା ବାରୋ ଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି ୪ ଜୁନ୍ ପରେ ଓଡିଶା ବିକାଶର ଏକ ନୂଆ ଯାତ୍ରା ବାହାରିବାକୁ ଯାଉଛି । ଆଜି ମୁଁ ଆପଣଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ଓ ଆପଣଙ୍କୁ ୧୦ ଜୁନ୍ ର ନିମନ୍ତ୍ରଣ ଦେବାକୁ ଆସିଛି । ୧୦ ଜୁନ୍ ରେ ଭାଜପାର ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବେ, ଏଥର ଓଡ଼ିଶାର ଜଣେ ପୁଅ କିମ୍ବା ଝିଅ ଭାଜପା ମୁଖ୍ୟମନ୍ତ୍ରୀ ହେବେ। ମୋଦିଙ୍କ ଏହି କଥା ପରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଜୁନ ୪ ପରେ ଏହା ଉପରୁ ପରଦା ହଟିବ ବୋଲି ରାଜ୍ୟବାସୀ ଆଶାବାଦୀ ଅଛନ୍ତି।

୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତରେ ଦୁନିଆର ସବୁଠୁ ବଡ ଦୁର୍ନୀତିର ଖବର ଆସୁଥିଲା କିନ୍ତୁ ଗତ ୧୦ ବର୍ଷରେ ସବୁଠୁ ବଡ ଓ ସବୁଠୁ ଉଚ୍ଚା ନିର୍ମାଣର ଖବର ଆସୁଛି । ଆଜି ଦୁନିଆର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତରେ ଅଛି, ସବୁଠୁ ବଡ ଅଫିସ୍ ବିଲ୍ଡିଂ ଭାରତରେ ଅଛି, ଏସିଆର ସବୁଠୁ ବଡ ସମୁଦ୍ର ସେତୁ ମଧ୍ୟରୁ ଗୋଟିଏ ଅଟଳ ସେତୁ ଆଜି ଭାରତରେ ଅଛି , ଦୁନିଆର ସବୁଠୁ ବଡ ମଧ୍ୟରୁ ଗୋଟିଏ ଅଟଳ ଟନେଲ ଭାରତରେ ଅଛି । ଭାଜପା ସରକାର ୧୦ ବର୍ଷରେ ନୂଆ ସଂସଦ ଭବନ ନିର୍ମାଣ କରି ଦେଶକୁ ସମର୍ପିତ କରିଛି ଶହୀଦଙ୍କ ପାଇଁ ନ୍ୟାସନାଲ ୱାର ମେମୋରିଆଲ ନିର୍ମାଣ କରିଛି । ୪ ଜୁନ୍ ପରେ ଯେଉଁ ୬ ମାସ ଅଛି . ସେଥିରେ ଦେଶ ବିକାଶର ନୂଆ ଗତି ଧରିବ । ଏହା ବ୍ୟତୀତ ଏହି ୬ ମାସ ରାଜନୀତିରେ ମଧ୍ୟ ବଡ ଝଡ ଆସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେ ବି ପରିବାରବାଦୀ ଦଳଗୁଡିକ ଅଛି ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରାଶା ଚରମ ସୀମାରେ ରହିଛି । ବାରମ୍ବାର ଫେଲ ହେଉଥିବା ପରିବାରବାଦୀ ନେତାମାନଙ୍କୁ ସେମାନଙ୍କ ଲୋକମାନେ ହିଁ ପ୍ରଶ୍ନ ପଚାରୁଛନ୍ତି । ଏଥିପାଇଁ ଆଗାମୀ ୬ ମାସରେ ପରିବାରବାଦୀ ଦଳ ଗୁଡିକ ମଧ୍ୟରେ ଛିନ୍ ଛତ୍ର ଅବସ୍ଥା ଦେଖିବାକୁ ମିଳିବ । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ ଓ ଉତ୍ତମ ଉପଲବ୍ଧିର ହେବ, ଭାରତକୁ ଗୋଲାମଗିରି ମାନସିକତାରୁ ମୁକ୍ତ କରିବୁ, ଭାରତର ସଂସ୍କୃତି ଓ କ୍ଷମତା ଦୁନିଆ ସାରାରେ ଚମକିବ । ଓଡିଶା ଭାରତକୁ ବିକଶିତ କରିବା ପାଇଁ ଭୋଟ୍ ଦେଇଛି , ଭ୍ରଷ୍ଟାଚାର ହଟାଇବା ପାଇଁ ଭୋଟ୍ ଦେଇଛି, ମହାପ୍ରଭୂଙ୍କ ରତ୍ନ ଭଣ୍ଡାରକୁ ନେଇ ଆଶଙ୍କାଗୁଡିକୁ ହଟାଇବା ପାଇଁ ଭୋଟ୍ ଦେଇଛି । ଭାଜପାର ସରକାର ଗଠନ ପରେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ , ଏଥିପାଇଁ ଓଡିଶା ଭାଜପାକୁ ଭୋଟ୍ ଦେଉଛି । ଓଡିଶାର ବହୁମୁଖୀ ବିକାଶ ମୋର ପ୍ରତିବଦ୍ଧତା ଅଟେ । ଜନତାଙ୍କ ଜୀବନ ସହଜ ହେଉ, ଚିନ୍ତା ଦୂର ହେଉ, ଏହା ମୋଦୀର ସଂକଳ୍ପ । ଓଡିଶାରେ ପାଣି ଅଛି କିନ୍ତୁ ଚାଷୀର ଜମି ଶୁଖିଲା ପଡିଛି ଓ ଏହି ସ୍ଥିତି ବଦଳାଇବା ପାଇଁ ଓଡିଶାର ଜନତା ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛି । ଓଡିଶାର ଜନତା ଭାଜପାର ମାଗଣା ଚାଉଳ ଯୋଜନାରେ ମଧ୍ୟ ବିଜେଡିର ଲୁଟ୍ କୁ ଶେଷ କରିବା ପାଇଁ ଭୋଟ୍ କରୁଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଓଡିଶାର ଜନତା ବିଜେଡି ଉପରେ ୨୫ ବର୍ଷ ଭରସା କରିଛି, କିନ୍ତୁ ବିଜେଡି ସର୍ବଦା ଜନତାଙ୍କ ଭରସା ଭାଙ୍ଗିଛି । ବିଜେଡି ସରକାର ଆଦିବାସରମାନଙ୍କ ଜମି ହଡପ୍ କରିବା ପାଇଁ ଆଇନ୍ ନେଇ ଆସିଥିଲା , କିନ୍ତୁ ଭାଜପାର ଚାପରେ ବିଜେଡି ସରକାରକୁ ସେହି ଆଇନ୍ ଫେରାଇ ନେବାକୁ ପଡିଲା । ବିଜେଡି ସରକାର ଓଡିଶାର ଖଣିଜ ସମ୍ପଦକୁ ମଧ୍ୟ ଲୁଟିବାର କାମ କରିଛି । ବିଜେଡି ମୋଦୀ ସରକାର ଦ୍ୱାରା ପଠା ଯାଉଥିବା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ମଧ୍ୟ ହେରଫେର କରିଛି । ଲୋକ କହୁଛନ୍ତି ଯେ ଓଡିଶାର ଲୁଟ୍ ର ପଇସା ବିଦେଶ ପର୍ଯ୍ୟନ୍ତ ଠାଯାଉଛି । ମୋଦୀ ଲୁଟ୍ ପଇସାର ଗୋଟିଏ ଗୋଟିଏ ଟଙ୍କାକୁ ଖୋଜି ବାହାର କରିବ । ମୋଦୀର ଗ୍ୟାରେଣ୍ଟି ଯେ ଯିଏ ଯିଏ ଜନତାଙ୍କୁ ଲୁଟିଛନ୍ତି ତାକୁ ଫେରାଇବାକୁ ହିଁ ପଡିବ ଏବଂ ଲୁଟିଥିବା ବ୍ୟକ୍ତି ଜୀବନ ସାରା ଜେଲରେ ଚକି ପେସିବେ । ଯେଉଁ ବିଜେଡି ନେତାମାନଙ୍କ ପାଖରେ କେବେ ସାଇକେଲ ବି ନଥିଲା ଆଜି ସେମାନଙ୍କ ପାଖରେ ମହଙ୍ଗା ବଡ ଗାଡି ଅଛି । ଏହି ଲୋକମାନେ ଚାଷୀଙ୍କ ସହକାରୀ ସମିତିରେ ମଧ୍ୟ ଦୁର୍ନୀତି କରିଦେଲେ । ବିଜେଡିର ନେତାମାନେ ଚାଷୀଙ୍କ ନାଁରେ ଠକେଇ କରି ଲୋନ୍ ନେଇଛନ୍ତି । ଜନତାଙ୍କ ସହ ଧୋକା କରିଥିବା ବ୍ୟକ୍ତି ପ୍ରତି କୌଣସି ସହାନୁଭୂତି ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡି ସରକାର ସବୁଠୁ ବଡ ଧୋକା ମହାପ୍ରଭୂ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସହିତ କରିଛି । ଓଡିଶା ସମେତ ପୁରା ଦେଶ ଜାଣିବାକୁ ଚାହୁଁଛି ଯେ ରତ୍ନ ଭଣ୍ଡାରର ଚାବି କୁଆଡେ ଗଲା? ଯାଂଚ ରିପୋର୍ଟରେ କାହା ନାଁ ଅଛି? ଓଡିଶାରେ ଭାଜପା ସରକାର ହେବା ପରେ ବିଜେଡି ସରକାର ଲୁଚାଇଥିବା ରିପୋର୍ଟର ଖୁଲାସା କରାଯିବ । ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତିତ ଅଛନ୍ତି କାରଣ ଗତ ୧ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହୋଇଗଲା । ନବୀନ ବାବୁଙ୍କ ନିକଟତର ମାନେ କହୁଛନ୍ତି ଯେ ନବୀନ ବାବୁ ନିଜେ କିଛି କରିପାରୁନାହାନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପଛରେ କୌଣସି ଷଡଯନ୍ତ୍ର ମଧ୍ୟ ଥାଇପାରେ । ଓଡିଶାର ଲୋକଙ୍କୁ ଏହା ଜାଣିବାର ଅଧିକାର ଅଛି ଯେ କଣ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କୌଣସି ଷଡଯନ୍ତ୍ର ରହିଛି କି ? ଏହି ଷଡଯନ୍ତ୍ରର ପରଦା ପଛରେ କ୍ଷମତା ଭୋଗ କରୁଥିବା ଲବିର ହାତ ନାହିଁ ତ ? ଓଡିଶାରେ ଭାଜପା ସରକାର ଆସିବା ପରେ ଏକ ସ୍ପେଶାଲ କମିଟିର ଗଠନ କରାଯିବ ଏବଂ ନବୀନ ବାବୁଙ୍କ ଅଚାନକ ସ୍ୱାସ୍ଥ୍ୟ ବିଗିଡିବାକୁ ନେଇ ସମସ୍ତ ତଥ୍ୟକୁ ଖୋଜିକରି ବାହାର କରାଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶା ନିକଟରେ ପାଣି ଅଛି କିନ୍ତୁ ଓଡିଶାର ଜନ ସାଧାରଣଙ୍କୁ ଜଳ ସେଚନର ସୁବିଧା ମିଳୁ ନାହିଁ । ବିଜେଡି ସରକାର ୨୫ ବର୍ଷ ମଧ୍ୟରେ ଜଳସେଚନ ପାଇଁ କୌଣସି ବଡ କାମ କରି ନାହିଁ । କେନ୍ଦ୍ର ସରକାରଙ୍କ ଜଳସେଚନ ପ୍ରକଳ୍ପ ଗୁଡିକୁ ମଧ୍ୟ ଲଟକାଇ ରଖିଥିଲା । ସୁବର୍ଣରେଖା ପ୍ରକଳ୍ପ ୧୯୭୦ ରୁ ଚାଲିଥିଲା ହେଲେ ମୋଦୀ କୃଷି ଜଳସେଚନ ଯୋଜନା କରି ଅନେକ ପ୍ରକଳ୍ପ ଆରମ୍ଭ କଲା ଓ ପାଂଚ ବର୍ଷରେ ଏହା ପୂରା ମଧ୍ୟ ହୋଇ ଗଲା । ଡବଲ ଇଂଜିନ ସରକାର ଆସିବା ପରେ ଜଳସେଚନ ପ୍ରକଳ୍ପ ଗୁଡିକ କ୍ଷୀପ୍ର ଗତିରେ ପୂରା କରାଯିବ । ଏହା ହେଉଛି ମୋଦୀ ସରକାର ଯିଏ ବାଦାମ ପାହାଡ ଅଂଚଳରେ ଶହେ ବର୍ଷ ପରେ ଏକ୍ସପ୍ରେସ ଟ୍ରେନର ପରିଚାଳନା ଆରମ୍ଭ କରିଛି କିନ୍ତୁ ବିଜେଡି ସରକାର ରେଳ ପ୍ରକଳ୍ପ ଗୁଡିକୁ ଆଗକୁ ବଢିବାକୁ ଦେଉ ନାହିଁ । ବିଜେପି ସରକାର ଗଠନ ହେବା ମାତ୍ରେ ଏଠାରେ ରେଳ କନେକ୍ଟିଭିଟି ପୂର୍ବ ଠାରୁ ଅଧିକ ଶକ୍ତିଶାଳୀ ହୋଇଯିବ କାରଣ ଆଗାମୀ ସମୟ ହେଉଛି ଓଡିଶାର ସମୟ ଓ ପୂର୍ବ ଭାରତର ସମୟ । ମୁଁ ଏଠାକାର ଜନ ସାଧାରମଙ୍କୁ ଲୋକସଭା ଓ ବିଧାନସଭାର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ସମସ୍ତ ପଦ୍ମ ବିଜେପିକୁ ଦେବା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ଓ ଲୋକସଭାର ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରାଇ ଓଡିଶା ଓ ଦେଶରେ ବିଜେପିର ସଂଖ୍ୟା ଗରିଷ୍ଠ ସରକାର ଗଠନ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ସାତଜଣ ବିଧାନସଭା ପ୍ରାର୍ଥୀ ପାଟକୁରାର ତେଜେଶ୍ୱର ପରିଡା, କେନ୍ଦ୍ରାପଡାର ଗୀତାଞ୍ଜଳୀ ସେଠୀ, ମହାକାଳପଡାର ଦୂର୍ଗାପ୍ରସନ୍ନ ନାୟକ, ସାଲେପୁରର ଅରିନ୍ଦମ ରାୟ, ମାହାଙ୍ଗାର ସୁମନ୍ତ ଘଡେଇ , ବିଜେପି ଜଲ୍ଲା ସଭାପତି କିଶୋର ପଣ୍ଡା, ଅଭିମନ୍ୟୁ ଗୋଛାୟତ, ଦୁର୍ଯ୍ୟଧନ ସାହୁ, ନେହୁରୁ ସାହୁ ପ୍ରମୁଖ ଜିଲ୍ଲା ବିଜେପିର ଛାମୁଆନେତାମାନେ ଉପସ୍ଥିତ ଥିଲେ । ବିଶାଳ ନିର୍ବାଚନୀ ସଭାରେ ହଜାର ହଜାର ଲୋକ ସମବେତ ହୋଇଥିଲେ ।


Next Post

ପୁନର୍ବାସ ପକ୍ଷରୁ ବ୍ରେଲ୍ ଭୋଟର ସଚେତନତା କର୍ମଶାଳା

Thu May 30 , 2024
କେନ୍ଦ୍ରାପଡା, ୩୦/୫: ଭିନ୍ନକ୍ଷମ ବର୍ଗ ଭୋଟରଙ୍କ ମତଦାନ ପ୍ରକ୍ରିୟାରେ ପୂର୍ଣ୍ଣ ଅଂଶଗ୍ରହଣ ପାଇଁ ଚଳିତ ନିର୍ବାଚନକୁ ଅଧିକ ସୁଗମ ଓ ବ୍ୟାପକ ଅନୁକୂଳ ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦୃଷ୍ଟି ବାଧିତ ଭୋଟରମାନଙ୍କ ଅବଗତି ଉଦ୍ଦେଶ୍ୟରେ ଏକ – ‘ବ୍ରେଲ୍ ଭୋଟର ସଚେତନତା କର୍ମଶାଳା’ ପୁନର୍ବାସ ଥେରାପି କେନ୍ଦ୍ରରେ ବୁଧବାର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ […]