୬୧୦ପୂର୍ଣ୍ଣ ଅନୁଦାନପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକଙ୍କ ବନ୍ଧୁମିଳନ



କେନ୍ଦ୍ରାପଡ଼ା, ୫ା୨: ୬୧୦ସ୍କିମ ଅନ୍ତର୍ଗତ ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବଡଚଣା ବ୍ଲକ ଅଧିନସ୍ତ ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମଲ୍ଲିକ, ସୁବାସ ପଣ୍ଡା, ନାରାୟଣ ଦାସ, କୈଳାସ ଚନ୍ଦ୍ର ସ୍ୱାଇଁ, ବାଇଧର ଜେନା, ଧରଣୀଧର ଦାସ, ମୋହନ ସାମଲ, ନିରଞ୍ଜନ ପଲେଇ, ରାମଚନ୍ଦ୍ର ଖିଲାର, ଯୋଗେନ୍ଦ୍ର ବାରିକ, ବୃନ୍ଦାବନ ସାହୁ, ପ୍ରମୋଦ ସାହୁ, ପ୍ରିୟବ୍ରତ ଦାସ, ଅରୁଣ କୁମାର ପରିଡା, ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ୯ଜଣ ଦିବଗଂତ ପ୍ରଧାନଶିକ୍ଷକଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା। ବାଇଧର ଜେନାଙ୍କ ଦ୍ୱାରା ସ୍ଥାପିତ ବ୍ରାଇଟ୍ ଫ୍ୟୁଚର ଏକାଡେମୀରେ ସମସ୍ତଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ବନ୍ଧୁମିଳନ ଆସନ୍ତା ମାର୍ଚ୍ଚମାସ ୯ତାରିଖରେ ଚଣ୍ଡିଖୋଲସ୍ଥିତ ମହାବିନାୟକଙ୍କ ପୀଠରେ କରାଯିବା ପାଇଁ ସ୍ଥିର କରାଗଲା।


Next Post

ପଟ୍ଟାମୁଣ୍ଡାଇରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

Wed Feb 5 , 2025
ପଟ୍ଟାମୁଣ୍ଡାଇ୫/୨ – ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଏଠାରେ ପ୍ରଦର୍ଶିତ ହୋଇଥିଲା। ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଶୁଂ ସାହୁଙ୍କ ତତ୍ୱବଧାନରେ ଆୟୋଜିତ ମନୋଜ୍ଞ […]

You May Like