ଗୁଲନଗର ଗ୍ରାମରେ ଶାରଳା ମେଳା



କେନ୍ଦ୍ରାପଡା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଉନବିଂଶ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀବଳଦେବଜୀଉ ମନ୍ଦିରରୁ କରପଲ୍ଲବ ଓ ମହାପ୍ରସାଦ ଅଣାଯିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ପ୍ରେମାନନ୍ଦ କର ଓ ପତିତପାବନ ନାୟକ କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିତ ପ୍ରସନ୍ନ ପଣ୍ଡା, ଦିଲ୍ଲୀପ ରଥଙ୍କ ତତ୍ତ୍ୱାବଧାନରେ ଚଣ୍ଡୀପାଠ କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀରାମ ଭଜନସନ୍ଧ୍ୟା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନଳିନୀକାନ୍ତ ସାହୁ, ସୁଧାଂଶୁ ଶେଖର ସାହୁ, ଛବି ସାହୁ, ରଞ୍ଜିତ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ । ଏହି ମହୋତ୍ସବରେ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading