ନିଶା ମହରଣାଙ୍କ ନୃତ୍ୟକୁ ନେଇ ଛୁରାମାଡ , ଦୁଇ ଗୁରୁତର, ନୃତ୍ୟ ଆରମ୍ଭରୁ ଯାତ୍ରା ବନ୍ଦ


କେନ୍ଦ୍ରାପଡା,୯ା୨: ଆଇଟମ ର୍ଗାଲ ନିଶା ମହରଣା ଙ୍କ ନୃତ୍ୟକୁ ନେଇ ଛୁରା ମାଡ ହୋଇଛି । ଏଥିରେ ଦୁଇଜଣ ଗୁରୁତର ହୋଇ ନିଶ୍ଚନ୍ତ କୋଇଲି ମେଡିକାଲରେ ଚିକିସ୍ୱା ହେଉଥିବା ବେଳେ ଉକ୍ତ ରାତିରେ ଯାତ୍ରା ଆରମ୍ଭରୁ ବନ୍ଦ ହୋଇଯାଇଛି । ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ ସୁରକ୍ଷା ପାଇ ଗୋଟିଏ ସ୍ଥାନରେ ଏକଯୁଟ ହେବା ସହ ନିଶା ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଗଲା ପରେ ଟିକିଏ ଶାନ୍ତ ପଡିଲା ପରେ ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି । ତେବେ ସ୍ଥାନୀୟ ପୋଲିସର ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଯାତ୍ରା କମିଟ ଅଭିଯୋଗ କରିଥିବା ବେଳେ ,ପୋଲିସ ଅଶ୍ଲିଳ ନୃତ୍ୟ ନକରିବା ପାଇ ପରାମର୍ଶ ଦିଆ ଯାଇଥିଲା ବୋଲି ପୋଲିସ ପକ୍ଷରୁ ପାଲଟା ଯବାବ ଦିଆଯାଇଛି ।

ଘଟଣାରୁ ପ୍ରକାଶ କି ଗରଦପୁର ବ୍ଲକକ କୁଦାନଗରୀ ଥାନା ଅଧିନରେ ଥିବା ପୁରାଣ ବର୍ଣିତ ଶୁକ ପରିଷଦ ଆଶ୍ରମ ବା ପ୍ରର୍ଯ୍ୟଟନ କ୍ଷେତ୍ର କୁଦାନଗରୀ ଠାରେ ମାଘ ସପ୍ତମୀ ଠାରୁ ମାଘ ମେଳା ଅନୁଷ୍ଠିତ ହେଉଛି । ଏହି ମେଳାରେ ଶୁକ ପରିଷଦ ସାକୃତିକ ପରିଷଦ କୁଦାନଗରୀ ପକ୍ଷରୁ ଅପେରା ସୂର୍ଣ ମହଲ ଯାତ୍ରା ପରିବେଷଣ ହେଉଥିଲା । ତେବେ ମେଳାର ଅପରପାର୍ଶ୍ୱରେ ଅନ୍ୟ ଏକ କମିଟ ଯାତ୍ରା କରିବା ଯୋଗୁ ଶୁକ ପରିଷଦ କମିଟ ଅଧିକ ଦର୍ଶକ ହେବା ପାଇ ଆଇଟମ ର୍ଗାଲ ନିଶା ମହରଣା କୁ ଷ୍ଟେଜ ସୋ ପାଇ ଆଣିଥିଲେ । ହେଲେ ନିଶା ତାଙ୍କର ନୁତ୍ୟ ଆରମ୍ଭ କରିବାର କିଛି ମୂହୁର୍ତ୍ତ ପରେ କିଛି ଦର୍ଶକ ଠିଆ ହୋଇ ନୃତ୍ୟ ବନ୍ଦ ପାଇ କହିବା ସହ ହୋ ହାଲ୍ଲା କରିଥିଲେ । ସେପଟେ ଯାତ୍ରା କମିଟ ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି ଧରିବା ରୁ ଉଭୟ ଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା । ହେଲେ ଏତିକିରେ ନୃତ୍ୟ ବନ୍ଦ କରୁଥିବା ଦର୍ଶକ ଶାନ୍ତ ହୋଇ ନଥିଲେ । ତେବେ ପୂର୍ନବାର ନିଶା ତାଙ୍କର ନୃତ୍ୟ ଆରମ୍ଭ କରିବା କ୍ଷଣି ନୃତ୍ୟ ବନ୍ଦ କରୁଥିବା ଦର୍ଶକ ନିଶାଙ୍କ ଫୁଙ୍ଗୁଳା ଛାତି ଉପରକୁ ସିଗାରେଟ ଟାଣି ଫୋବାଡିବା ଦ୍ୱାରା ନିଶା ବାଧ୍ୟ ହୋଇ ପେଣ୍ଡାଲ ରୁ ଚାଲିଯିବା ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ମଧ୍ୟରେ ମାରପିଟ ହେବା ସହ ପେଣ୍ଡାଲ କ୍ଷତି ସହ ଚେୟାର ଭାଙ୍ଗିବା ଓ ଫୋଫଡା ଫୋପଡି ଦ୍ୱାରା ଉକ୍ତ ଯାତ୍ରା ପଡିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା । ଏପରି ଭୟାନକ ଦୃର୍ଶ୍ୟ ଦେଖି ଦର୍ଶକମାନେ ଛିନିଛତ୍ର ଦେଇ କିଏ କେଉ ବାଟେ ପଳାଇଯିବା ସହ କିଛି ଯୁବତୀ ଓ ମହିଳା ମଧ୍ୟ ଅଶୋଭନୀୟ ଓ ଅଶ୍ଲୀଳତା ଆଚରଣ ଶିକାର ହୋଇ ପଡିଥିଲେ । ହେଲେ ଅବସ୍ଥା ଏପରି ଅଣାୟତ ଦେଖି କିଛି ଦର୍ଶକ ଓ ଯାତ୍ରା କମିଟି ପକ୍ଷରୁ ଯେତେ ବୁଝାସୁଝା ପରେ ବି ସମାଧାନ ନହୋଇ ପାରିବା ହେତୁ ବାଧ୍ଯ ହୋଇ କମିଟ ପକ୍ଷରୁ ନାଟକ ପରିବେଷଣ ବନ୍ଦ କରା ଯାଇଥିଲା । ତେବେ ଏତିକିରେ ନୃତ୍ୟ ବନ୍ଦ କରୁଥିବା ଦର୍ଶକଙ୍କ ରାଗ କମି ନଥିଲା । ଯାତ୍ରା କମିଟର ଦୁଇ ସଦସ୍ୟ ସ୍ୱପ୍ନଜିତ ମହାପାତ୍ର ଓ ଜିତେନ୍ଦ୍ର ସାହୁ ନାଟକ ପରିବେଷଣ ବନ୍ଦ ହେବା ପରେ ନିଜ ଘର ବଡବେତରାକୁ ଫେରୁଥିବା ସମୟରେ ନାଗଣପୁର ଗ୍ରାମ ନିକଟରେ ବନ୍ଦ କରୁଥିବା ଦର୍ଶକ ମାନେ ସଘବଦ୍ଧ ହୋଇ ମରଣାତ୍ମକ ଆକ୍ରମଣ କରିବା ସହ ସ୍ୱପ୍ନଜିତ ଜୀବନରେ ମାରିଦେବାକୁ ଛୁରାମାଡ କରିଥିଲେ । ହେଲେ ସ୍ୱପ୍ନଜିତ ନିଜକୁ ରକ୍ଷା କରିବାକୁ ଯିବାବେଳେ ଛୁରା ତାଙ୍କ ମୁଣ୍ଡ ଓ ହାତରେ ଉକ୍ତ ଯୁବକ ମାନେ ଭୂଷିଦେବା ପରେ ସ୍ୱପ୍ନଜିତ ଗୁରୁତ୍ତର ହୋଇ ପଡିଥିଲେ ।ଏହା ଦେଖି ଉକ୍ତ ଯୁବକ ମାନେ ଛାଡିଦେଇ ପଳାଇଥିଲେ । ଏହି ଆକ୍ରମଣ ଖବର ପାଇ କମିଟ ସଦସ୍ୟ ଓ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ନିଶ୍ଚନ୍ତକୋଇଲି ମେଡିକାଲ ନେଇଯାଇ ଚିକିତ୍ସା କରାଇଛନ୍ତି। ଏଥି ନିମନ୍ତ ଶାନ୍ତି ଶୃଙ୍ଖଳା ପାଇ କମିଟ ପକ୍ଷରୁ ଥାନାରେ ଲିଖିତ ଭାବେ ଜଣାଇ ଦିଆ ଯାଇଛି ।


Discover more from

Subscribe now to keep reading and get access to the full archive.

Continue reading