ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



କେନ୍ଦ୍ରାପଡା,୧୦ା୨:ପଲେଇ ପଂଚାୟତ ଅଧିନସ୍ଥ ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ବହୁ ଦୂରଦୂରାନ୍ତରୁ ଆସି ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଅତି ଆଗ୍ରହ ସହ ଏକତ୍ରିତ ହୋଇଥିଲେ । ଦୀର୍ଘଦିନ ପରେ ଭେଟ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦର ସୀମା ନଥିଲା ।

କ୍ଷୀରୋଦ ଚନ୍ଦ୍ର ଭଦ୍ର ଓ ନିରାକାର ଦାସ ଏହି ସମାବେଶର ଆୟୋଜନ କରିଥିଲେ । ସ୍କୁଲ ସମୟର କିଛି ସ୍ମୃତି ଓ ଅନୁଭୂତି ଆଲୋଚିତ ହୋଇଥିଲା । ଶେଷରେ ସମସ୍ତେ ସମସ୍ତଙ୍କ ସୁଖଦୁଃଖରେ ଭାଗୀ ହେବେ ବୋଲି ସଂକଳ୍ପ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading