ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



କେନ୍ଦ୍ରାପଡା,୧୦ା୨:ପଲେଇ ପଂଚାୟତ ଅଧିନସ୍ଥ ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ବହୁ ଦୂରଦୂରାନ୍ତରୁ ଆସି ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଅତି ଆଗ୍ରହ ସହ ଏକତ୍ରିତ ହୋଇଥିଲେ । ଦୀର୍ଘଦିନ ପରେ ଭେଟ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦର ସୀମା ନଥିଲା ।

କ୍ଷୀରୋଦ ଚନ୍ଦ୍ର ଭଦ୍ର ଓ ନିରାକାର ଦାସ ଏହି ସମାବେଶର ଆୟୋଜନ କରିଥିଲେ । ସ୍କୁଲ ସମୟର କିଛି ସ୍ମୃତି ଓ ଅନୁଭୂତି ଆଲୋଚିତ ହୋଇଥିଲା । ଶେଷରେ ସମସ୍ତେ ସମସ୍ତଙ୍କ ସୁଖଦୁଃଖରେ ଭାଗୀ ହେବେ ବୋଲି ସଂକଳ୍ପ ନେଇଥିଲେ ।


Next Post

ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ବୈଠକ

Mon Feb 10 , 2025
କେନ୍ଦ୍ରାପଡ଼ା,୧୦ା୨: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଏକ ବୈଠକ କେନ୍ଦ୍ରାପଡାସ୍ଥିତ ଗୃହଲକ୍ଷ୍ମୀ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋଲଖ ବେହେରା ସଭାପତିତ୍ୱ କରିଥିଲେ । ମହାସଂଘର ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ତଥା ରାଜ୍ୟ ଉପସଭାନେତ୍ରୀ ସବିତା ଜେନାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ସ୍ତରରେ […]

KANIKA