କୁତରଙ୍ଗ ପଞ୍ଚାୟତ ହାଇସ୍କୁଲ ରେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ



କେନ୍ଦ୍ରାପଡ଼ା,୧୪ା୨: କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତ ହାଇସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଓ ସ୍କୁଲର ପ୍ରତିଷ୍ଠାତା ପଦ୍ମନାଭ ଛାଟୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟ ଅତିଥି, ବର୍ଷିୟାନ ଶିକ୍ଷାବିତ୍ ରଘୁନାଥ ରାଉତ ମୁଖ୍ୟବକ୍ତା ଓ ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସ୍କୁଲ ପରିସରରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ଊନ୍ମୋଚନ କରିଥିଲେ । ଶିକ୍ଷାବିତ୍ ଅଭିମନ୍ୟୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ସୁଶ୍ରୀ ଲିଲିତା ଦାସ, ମୁଖ୍ୟବକ୍ତା ରଘୁନାଥ ରାଉତ ଓ ସମ୍ମାନୀତ ଅତିଥି ଗଣେଶ ଚନ୍ଦ୍ର ସାମଲଙ୍କ ସମେତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାସ, ବର୍ଷିୟାନ ସାମ୍ବାଦିକ ପରୀକ୍ଷିତ ପାତ୍ର, ସ୍ଥାନୀୟ ସରପଂଚ ଚିର ରଂଜନ ଜେନା, ସମିତିସଭ୍ୟା ମିନତୀ ଦାସ, ପୂର୍ବତନ ସରପଂଚ ତଥା ଜଣାଶୁଣା ସମାଜସେବୀ ସରୋଜ କୁମାର ପଣ୍ଡା, ସାରସ୍ୱତ ସାଧକ ଶୈଳଜା ଶଙ୍କର ସାମଲ, ବଟକୃଷ୍ନ ସାମଲ, ଜୟୀରାମ ସ୍ୱାଇଁ, ସୁବ୍ରତ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଅଦ୍ୱିତୀୟ ରାଷ୍ଟ୍ରଭକ୍ତ ଯୁଗପୁରୁଷ ମହାତ୍ମା ଗାନ୍ଧୀ, ସେବା ଓ ତ୍ୟାଗର ଆଦର୍ଶ ପୁରୁଷ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ମାଟି ପାଇଁ ପ୍ରତିବଦ୍ଧତା ର ପରିଚୟ ଦେଇଥିବା ପଦ୍ମନାଭ ଛାଟୋଇଙ୍କ ଜୀବନାଦର୍ଶ ଛାତ୍ରଛାତ୍ରୀମାନଙ୍କ ଧ୍ୟେୟ ହେଲେ ସାଂପ୍ରତିକ ସମାଜରେ ଦେଖାଦେଇଥିବା ମୂଲ୍ୟବୋଧର ଅବକ୍ଷୟକୁ ରୋକାଯିବା ସହିତ ମାନବବାଦ ପ୍ରତିଷ୍ଠା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍କୁଲରୁ ସେବା ନିବୃତ ହୋଇଥିବା ଶିକ୍ଷକ ପ୍ରସନ୍ନଜିତ ପଣ୍ଡାଙ୍କ ବହୁମୁଖି ପ୍ରତିଭା ଓ ମାନବୀୟ ଚିନ୍ତନ ଏବଂ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ବଳିଷ୍ଠ ଶିକ୍ଷାଦାନ ର ବକ୍ତାମାନେ ଉଚ୍ଚ ପ୍ରଶଂସା କରିବା ସହିତ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ ସ୍ଥାନୀୟ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ଶିକ୍ଷକ ଦ୍ୱୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସମାରୋହରେ ବାଲିଆ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ପରମାନନ୍ଦ ଛାଟୋଇ ସ୍ୱାଗତ ଭାଷଣ ଦେଇଥିଲେ । ସମାଜସେବୀ ରଂଜିତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ, ବିମ୍ବାଧର ବେହେରା ଓ ଶିକ୍ଷକ ନୃସିଂହଚରଣ ଭଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମାଜସେବୀ ରାଜନ ପ୍ରସାଦ ଛାଟୋଇଙ୍କ ତତ୍ୱାବଧାନରେ କୁତରଙ୍ଗ ପଞ୍ଚାୟତବାସୀ ବିଭିନ୍ନ ବର୍ଗର ବହୁ ବିଶିଷ୍ଠ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading