କଷଣଅଣ୍ଟାରେ ପ୍ରଧାନଶିକ୍ଷକଙ୍କ ତାଲିମ ଶିବିର



ପଟ୍ଟାମୁଣ୍ଡାଇ ତା ୧୭/୨- ପଟ୍ଟାମୁଣ୍ଡାଇ ପୈ।ର ପରିଷଦ ଅନ୍ତର୍ଗତ କଷଣଅଣ୍ଟା ପଂଚାୟତ ହାଇସ୍କୁଲ ଠାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କର ୩ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ‘ପ୍ରଗତି’ ଅନୁଷ୍ଠିତ ହୋଇଯାଇଛି  । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିତ୍ର ବେହୁରା ଓ ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକର ୪୮ ଜଣ ପ୍ରଧାନଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ରିଶୋର୍ସ ପର୍ସନ ଶୁଭା°ଶୁ କୁମାର ଦାସ, ତ୍ରିଲୋଚନ ସ୍ୱାଇଁ, ମନୋଜ କୁମାର ମୁଦୁଲି ଓ ସୁରେଶ ଜେନା ପ୍ରମୁଖ ଭାଷଣ ଦେଇ ପ୍ରଧାନଶିକ୍ଷକ ଦକ୍ଷ ହେଲେ ବିଦ୍ୟାଳୟର ରୂପରେଖ ସଂପୂର୍ଣ୍ଣ ବଦଳି ପାରିବ ବୋଲି ମତବ୍ୟକ୍ତ କରି ନୂତନ ଶିକ୍ଷା ନୀତି, ଶିକ୍ଷା ଅଧିକାର ନିୟମାବଳୀ, ବିଦ୍ୟାଳୟର ବିକାଶ ଯୋଜନାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ଗୋଷ୍ଠୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ବିଦ୍ୟାଳୟକୁ ସରସ ସୁନ୍ଦର କରାଯିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିବ ତାର କଳା କୈ।ଶଳ ଓ ତରିକା ସମ୍ପର୍କରେ ଆଲୋକପାତ କରିବା ସହିତ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରକୁ ସିଆରସି ସର୍ବଶ୍ରୀ ମଳୟ କୁମାର ଜେନା, ରଞ୍ଜନ ସାହୁ, ଅରବିନ୍ଦ ବଳ ଲୋକନାଥ ନାୟକ, ସଞ୍ଜୟ ସାହୁ ଲକ୍ଷ୍ମଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ପ୍ରଧାନଶିକ୍ଷକ ଗୋଲକ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।


Next Post

ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡି ପରିଦର୍ଶନ କଲେ ବିଡିଓ

Mon Feb 17 , 2025
କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ ସମିତିର ସମ୍ପାଦକ ନୃସିଂହ ଚରଣ ଦାସ ଓ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ଯେ […]

You May Like