କେନ୍ଦ୍ରାପଡା କଲେଜ ଇତିହାସ ବିଭାଗ ଆଲୁମିନି ମିଟ୍‌



କେନ୍ଦ୍ରାପଡା,୧୯ା୨: କନ୍ଦ୍ରୋପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ପୁରାତନ ଛାତ୍ରମାନଙ୍କ ଆଲୁମିନି ମିଟ୍ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ନିଲୁ ମହାପାତ୍ର ଯୋଗଦେଇ କହିଲେ କଲେଜର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହଯୋଗ ସହ ନାକ୍‌ରେ ଭଲ ଗ୍ରେଡ୍ ପାଇଁ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କଲେଜର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ ଅନୁଷ୍ଠାନ ଅଗ୍ରଗତି ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସକରାତ୍ମକ ସହଯୋଗ କାମନା କରିଥିଲେ । ଏହି ସଭାରେ ଆଲୁମିନି ସଂଗଠନର ସମ୍ପାଦକ ତପନ କୁମାର ପତି, ପ୍ରାକ୍ତନ ପ୍ରଫେସର ଗୌରାଙ୍ଗ ଚରଣ ରଥ, ଭଗବାନ ପତ୍ରୀ, ବିଭାଗୀୟ ମୁଖ୍ୟ ତୁଷାରକାନ୍ତି ଭୂୟାଁ, ଅଧ୍ୟାପିକା ସନ୍ଧ୍ୟାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିକଟରେ ଏମ୍‌ଏସ୍‌ବି ଓ ପିଜିଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇତିହାସରେ ଗବେଷଣା କରି ନିକଟରେ ଡକ୍ଟରେଟ୍ ହାସଲ କରିଥିବା ଅଧ୍ୟାପକ ମନୋଜ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବର୍ତ୍ତମାନର ଯୁକ୍ତ ତିନି ସମ୍ମାନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading