ଅଦିନିଆ ବର୍ଷା, ଫସଲ ନଷ୍ଟ



ପଟ୍ଟାମୁଣ୍ଡାଇ ୧୯/୨ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଦିନିଆ ଘଡଘଡି ସହ ବର୍ଷା ଓ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଅଧଘଂଟା ଧରି ବର୍ଷା ହେବାରୁ ଚାଷୀ ଭୟ ଭିତ ହୋଇଯାଇଥିଲେ। କୁଆପଥର ବୃଷ୍ଟି ହେବା ଫଳରେ ପନିପରିବା, ମୁଗ, ବିରି, ଡାଲି ଜାତୀୟ ଫସଲ ଉପରେ ଏହାର ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ବିଶେଷ କରି ଧୋୟାଂଚଳରେ ହରଡ, ମୁଗ, ବିରି ଭଳି ରବି ଫସଲ ଜମିରୁ ଅମଳ ହୋଇପାରି ନଥିବା ବେଳେ ବର୍ଷା ମାଡରେ ଅମଳ ଫସଲ ଓଦା ହୋଇଯାଇଛି ।ଏଥିସହ ଆମ୍ବ ବଉଲ ଉପରେ କୁଆପଥର ମାଡ଼ ଯୋଗୁଁ ଝଡିଯାଇଛି। ଅଦିନିଆ ବର୍ଷା ମାଡ଼ରେ ନଷ୍ଟ ହୋଇଥିବା ପନିପରିବା ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Next Post

ସାମାଜିକ ପରିବର୍ତନରେ ସ୍ୱାଧୀନତା ଓ ମୌଳିକ ଶିକ୍ଷା ତାଙ୍କର ଲକ୍ଷ୍ୟ ଥିଲା

Thu Feb 20 , 2025
ସ୍ୱାଧୀନତା ସଂଗ୍ରାମୀ ଅକ୍ରୁର ଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡ଼ାର ଅସ୍ମିତା, ଗର୍ବ ଗୌରବ ଭୂମିପୁତ୍ର, ପରିବେଶବିତ୍ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅକ୍ରୁର ଚରଣ ଜେନାଙ୍କ ୪୯ତମ ଶ୍ରଦ୍ଧାଞ୍ଜଳୀ ସଭା ଆଜି ଜନ୍ମମାଟି ଜମପଡା ଅଗରବିନ୍ଦାଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ଶୋଭାଯାତ୍ରା ପଦଯାତ୍ରାରେ ସମେବତ ଅତିଥିଙ୍କୁ ପାଛୋଟି ନେଇଥିଲେ । ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବୁଦ୍ଧ ତ୍ରିଶରଣ ପ୍ରାର୍ଥନା କରାଯାଇଥିଲା । ଏହି […]

KANIKA