ସାମାଜିକ ପରିବର୍ତନରେ ସ୍ୱାଧୀନତା ଓ ମୌଳିକ ଶିକ୍ଷା ତାଙ୍କର ଲକ୍ଷ୍ୟ ଥିଲା


ସ୍ୱାଧୀନତା ସଂଗ୍ରାମୀ ଅକ୍ରୁର ଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା


କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡ଼ାର ଅସ୍ମିତା, ଗର୍ବ ଗୌରବ ଭୂମିପୁତ୍ର, ପରିବେଶବିତ୍ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅକ୍ରୁର ଚରଣ ଜେନାଙ୍କ ୪୯ତମ ଶ୍ରଦ୍ଧାଞ୍ଜଳୀ ସଭା ଆଜି ଜନ୍ମମାଟି ଜମପଡା ଅଗରବିନ୍ଦାଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ଶୋଭାଯାତ୍ରା ପଦଯାତ୍ରାରେ ସମେବତ ଅତିଥିଙ୍କୁ ପାଛୋଟି ନେଇଥିଲେ । ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବୁଦ୍ଧ ତ୍ରିଶରଣ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଅତିଥି ମୂଳନିବାସୀ ୟୁନାଇଟେଡ ଫ୍ରଣ୍ଟ ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଅକ୍ରୁର ବାବୁଙ୍କ ଆନ୍ଦୋଳନରେ ଦେଶର ସ୍ୱାଧୀନତା ସହ ଦେଶରେ କଳଙ୍କିତ ଜାତିପ୍ରଥାରୁ ମୁକ୍ତି, ସମାନତା, ସମସ୍ତ ବର୍ଗଙ୍କୁ ସମାନତା ଓ ଶ୍ରେଣୀବିହୀନ ସମାଜ ଗଠନ ଲକ୍ଷ୍ୟ ରଖିଥିଲେ । ତାଙ୍କର ଶିକ୍ଷା ଓ ତାଙ୍କ ଉଦ୍ୟମରେ କୋରୁଆ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଲୋକନାଥ ମହାବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ସେ ଇଂରେମାନଙ୍କ ବିରୋଧ କରିବା ସହ ମହାତ୍ମା ଗାନ୍ଧୀଜୀ ଓ ମାଳତିଦେବି, ବକ୍ସି ଜଗବନ୍ଧୁଙ୍କ ସହ ଦେଶ ପାଇଁ ସଂଗ୍ରାମ କରି ବ୍ରହ୍ମପୁର ଜେଲରେ ୬ବର୍ଷ କାରାଦଣ୍ଡକୁ ଗ୍ରହଣ କରି ଅଞ୍ଚଳ ପାଇଁ ଆଦର୍ଶ ହେଇଛନ୍ତି ବୋଲି କହିଥିଲେ । ସ୍ମୃତି କମିଟି ସଭାପତି ବାବାଜୀ ଚରଣ ଜେନାଙ୍କ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍ ଗୁରୁଚରଣ ସାମଲ, ସମ୍ମାନୀତ ଅତିଥିବୃନ୍ଦ ଜିଲ୍ଲା ବିଜେଡ଼ି ଦଳିତ ସେଲ ସଭାପତି ବାରେଣୀ ସେଠୀ, ମୂଳନିବାସୀ ଫ୍ରଣ୍ଟ ରାଜ୍ୟ ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ନାଗମଣି ଜେନା, ପୂର୍ବତନ ପ୍ରଶାସନିକ ଅଧିକାରୀ ଖଗେଶ୍ୱର ମଲ୍ଲିକ, ଜିଲ୍ଲା ସଭାପତି କ୍ଷୀରୋଦ ମଲ୍ଲିକ, ଭୀମ ଆର୍ମି ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ମଲ୍ଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ କମଳ ଲୋଚନ ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଦିଲ୍ଲୀପ ମଲ୍ଲିକ, ସଞ୍ଜୟ ମଲ୍ଲିକ, ରାଜ୍ୟ ସମ୍ପାଦକ ପ୍ରତାପ ଦାସ, ସହଦେବ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସୁଶାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading