ଗ୍ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ , ପୂଜ୍ୟପୂଜାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ



କେନ୍ଦ୍ରାପଡ଼ା,୨୮ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ମନସ୍ତତ୍ୱ ବିଭାଗ ପ୍ରାଧ୍ୟାପକ ଡ. ମୂରଲୀଧର ରଥ ମୁଖ୍ୟବକ୍ତା ଓ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନାରାୟଣ ବାରିକ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମଗ୍ରଶିକ୍ଷା ଅଭିଯାନର ବିନୋଦବିହାରୀ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜରେ ପୂଜ୍ୟପୂଜାର ପରମ୍ପରାକୁ ବଜାଇ ରଖିଥିବା ଏହି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶରତ କୁମାର ପଣ୍ଡା ଓ ଶୁଭେନ୍ଦୁ କୁମାର ବେହେରାଙ୍କୁ ‘ଗ୍ରାମେଶ୍ୱର ଶିକ୍ଷକ ଗୈାରବ ସମ୍ମାନ, ଜଗନ୍ନାଥ ନାୟକଙ୍କୁ ‘ଗ୍ରାମେଶ୍ୱର ଜ୍ୟୋତିଷ ବିଷାରଦ ସମ୍ମାନ, ଶୁଭଶ୍ରୀ ବାରିକ ଓ ରୋଜାଲିନ ବାରିକଙ୍କୁ ଗ୍ରାମେଶ୍ୱର ତଅପୋଇ ଓ ସମାଜସେବା ସମ୍ମାନ, ସୁଷମା ରାଉତଙ୍କୁ ଗ୍ରାମେଶ୍ୱର ଦକ୍ଷ ପାଚିକା ସମ୍ମାନ, ଗୈାରାଙ୍ଗ ପ୍ରଧାନଙ୍କୁ ଗ୍ରାମେଶ୍ୱର କୃଷକ ସମ୍ମାନ, ସିଲା ସାହୁଙ୍କୁ ଗ୍ରାମେଶ୍ୱର ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ, ଭବାନୀଶଙ୍କର ବାରିକଙ୍କୁ ଗ୍ରାମେଶ୍ୱର ସେବାରତ୍ନ ସମ୍ମାନ, ସୈାମ୍ୟରଞ୍ଜନ ସାହୁଙ୍କୁ ଗ୍ରାମେଶ୍ୱର ସ୍ୱେଛାସେବୀ ସମ୍ମାନ, ବନିତାଲତା ସାହୁ ଓ ମମତାମୟୀ ପ୍ରିୟଦର୍ଶିନୀ ପତିଙ୍କୁ ଗ୍ରାମେଶ୍ୱର ସଂଗ୍ରାମୀ ମହିଳା ସମ୍ମାନ, ହେମନ୍ତ କୁମାର ପତିଙ୍କୁ ଗ୍ରାମେଶ୍ୱର ସେବା ସମ୍ମାନ ଓ ମନମୋହନ ମିଶ୍ରଙ୍କୁ ଗ୍ରାମେଶ୍ୱର ଶିକ୍ଷା ଗୈାରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ସଂଗୀତ, ଏକକ ଓ ଦଳଗତ ନୃତ୍ୟ ଅଭିନୟ, ଫେସନ ଶୋ ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମଦନମୋହନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବେଦପାଠ କରିଥିଲେ ପ୍ରବଚକ ଜଗଦିଶ ପ୍ରସାଦ। ଆଦର୍ଶ ଶିକ୍ଷକ ମନୋଜ କୁମାର ବାରିକ ସମ୍ପାଦକୀୟ ପାଠ କରିଥିବା ବେଳେ ଧିରେନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଫ୍ୟୁଚର ଲର୍ଣ୍ଣିଂ ଏକାଡେମୀର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ମଧୁସ୍ମିତା ବେଜ। ଏମ.ଏସ.ପି. ପାଠଶାଳା ‘ରଖିଲେ ଶିବ ମାରିବ କିଏ’ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ କୁମାର ବାରିକ, ସ୍ୱାଧୀନ ମହାପାତ୍ର, ସନ୍ତୋଷ କୁମାର ବାରିକ, ସର୍ବେଶ୍ୱର ବାରିକ, ବିନୟ ବାରିକ, ମମତାମୟୀ ପ୍ରିୟଦର୍ଶିନୀ ପତି, ଉତ୍ତମ ସାହୁ, ଅଜୟ ବାରିକ ପ୍ରମୁଖ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading