ବିଜୁ ଅସମ୍ମାନ ପ୍ରତିବାଦରେ ବିଜେଡି ଗଣଧାରଣା,ବିକ୍ଷୋଭ, ରାସ୍ତାରୋକ, ପ୍ରତିବାଦ ସଭା, କୁଶପୁତ୍ତଳିକା ଦାହ


 


ପଟ୍ଟାମୁଣ୍ଡାଇ ତା ୬/୩-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନାୟକ ପ୍ରବାଦ ପୁରୁଷ ପଂଚାୟତରାଜ ବ୍ୟବସ୍ଥାର ଜନକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଜୟନ୍ତୀ ତିନି ଦଶନ୍ଧି ଧରି ପଂଚାୟତରାଜ ଦିବସ ଭାବେ ପାଳିତ ହୋଇ ସରକାରୀ ଛୁଟି ଘୋଷିତ ହୋଇ ଆସୁଥିବାବେଳେ ରାଜ୍ୟ ବିଜେପି ସରକାର ଏହାକୁ ପରିବର୍ତନ କରି ପ୍ରବାଦପୁରୁଷଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଅସମ୍ମାନ କରିଛନ୍ତି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ କରାଯାଇଛି ।  ରାଜ୍ୟ ବିଜେଡି ଆହ୍ୱାନରେ ବିଜୁ ଅସମ୍ମାନ ପ୍ରତିବାଦରେ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଗଣଧାରଣା, ବିକ୍ଷୋଭ, ରାସ୍ତାରୋକ ପ୍ରତିବାଦ ସଭା ସହିତ କୁଶପୁତ୍ତଳିକା ଦାହ କରାଯାଇଛି ।  ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ହରପାର୍ବତୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ପଟ୍ଟାମୁଣ୍ଡାଇ ବାଇପାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ୧୭ନଂ କୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପଟ୍ଟାମୁଣ୍ଡାଇ ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ୱାଇଁ, ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ସାଧାରଣ ସମ୍ପାଦକ କଳାକର ପ୍ରଧାନ , ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂ,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ପଞ୍ଚାନନ ଧଳ,ଯଦୁମଣି ଦାସ, ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ, ସରପଞ୍ଚ ପ୍ରିୟବ୍ରତ ଓଝା, ସଂଗ୍ରାମ ବାରିକ ଅନିଲ ଲେଙ୍କା, ବୁଦ୍ଧିରାମ ବେହେରା ରମେଶ ମଲ୍ଲିକ, ଶତ୍ରୁଘ୍ନ ମଲିକ, ପଦ୍ମିନୀ ବେହେରା, ଜ୍ଞାନ ରଞ୍ଜନ ଖଣ୍ଡାୟୀ,ବନୋଜ ସେଠୀ,ପୂର୍ବତନ ସୁବାଷ ଖଟୁଆ, ପ୍ରଭାତ ପ୍ରଧାନ, ଦିବାକର ସେଠୀ, ସନ୍ତୋଷ ଦାସ ମିନତୀ ପାତ୍ର, ଅଶୋକ ପରିଡା, ସୁଶାନ୍ତ ସାମନ୍ତରାୟ, ପ୍ରତାପ ସେଠୀ ବସନ୍ତ ନାଥ, ରାମ ଚନ୍ଦ୍ର ରାଉତ, ପାରେଶ୍ୱର ସେଠୀ, ସମିତିସଭ୍ୟ ମାନସ ମଲିକ, ଶଶାଙ୍କ ଶେଖର ବିଶ୍ୱାଳ, ନିରଞ୍ଜନ ବାରିକ ରାଜଲଷ୍ମୀ ବେହେରା,ସୁବାଷ ବାରିକ ସୁନୀଲ ସାମନ୍ତରାୟ, ସ୍ମୃତିମୟୀ ମଲିକ, ସୁରେଶ ଜେନା, ପୂର୍ବତନ ପୌର ଉପାଧ୍ୟାକ୍ଷ ସୁମନ୍ତ ପାତ୍ର,କିଶୋର ସ୍ୱାଇଁ, ଟୂବୁଲି ଚୌଧୁରୀ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା ସୁଶାନ୍ତ ଦାସ,ସଞ୍ଜୟ ଦାସ ହରିହର ସାହୁ, ପ୍ରେମାନନ୍ଦ ସେଠୀ, ସୌରେନ୍ଦ୍ର ବେହେରା,ବାପି ସାମଲ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଭାଷଣ ଦେଇ ରାଜ୍ୟ ସରକାର ନିଜର ନିଷ୍ପତ୍ତି ପରିବର୍ତନ କରି ତୁରନ୍ତ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ସମ୍ମାନ ଫେରାର ଆଣିବା ଦିଗରେ ପଦକ୍ଷେପ ନନେଲେ ଏହି ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବ ବୋଲି ଚେତାବନୀ ଦେଇଥିଲେ । ଯୁବଛାତ୍ର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ ଠାରେ କଟକ ଚାନ୍ଦବାଲି ରାସ୍ତା ଅବରୋଧ କରି ରାସ୍ତାରୋକ କରିବା ଫଳରେ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା । ବିଜୁ ଅସମ୍ମାନ ପ୍ରତିବାଦରେ ବିଜେଡି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପୋଲିସ ଫୌଜ ସହ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading