ଗୁଲନଗର ଗ୍ରାମରେ ଜନବସତିରେ ନୂତନ ଶ୍ମଶାନକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ



କେନ୍ଦ୍ରାପଡା,୨୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ୭ନଂ ୱାର୍ଡରେ ପ୍ରସ୍ତାବିତ ନୂତନ ଶ୍ମଶାନଗୃହ ନିର୍ମାଣ ସ୍ଥଳକୁ ସ୍ଥାନାନ୍ତର କିମ୍ବା ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଶତାଧିକ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ସେହି ଅଞ୍ଚଳରେ ଜନବସତି ହେବା ସହିତ ଏକ ମନ୍ଦିର ଓ ଗାଧୂଆ ତୁଠ ରହିଅଛି । ତେଣୁ ସେହି ଅଞ୍ଚଳରେ ଶ୍ମଶାନ କଲେ ସେହି ଅଞ୍ଚଳର ପିଲାମାନେ ସେହି ରାସ୍ତାରେ ଯିବାଆସିବା କରିବାକୁ ଭୟଭିତ ହେବା ସହିତ ବିଭିନ୍ନ ପ୍ରକାରର ଦୁର୍ଗନ୍ଧ ହେବ । ଗୁଲନଗର ଗ୍ରାମବାସୀମାନେ ବିଗତ ଦିନରୁ କଜଳା ଶ୍ମଶାନକୁ ଶବଦାହ କରିବାକୁ ଯାଉଛନ୍ତି । ଏହାକୁ ତୀବ୍ର ବିରୋଧ କରି ଗ୍ରାମବାସୀମାନେ ପ୍ରସ୍ତାବିତ ଅଞ୍ଚଳରେ ଶ୍ମଶାନ ନକରି ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ଦାବି କରି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପୁରଣ ନହେଲେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ଉପଜିଲ୍ଲାପାଳଙ୍କୁ କହିଛନ୍ତି । ଏହି ଦାବିପତ୍ର ସମୟରେ ସୁରଥ ବେଜ, ସଂଯୁକ୍ତା ରଣା, ରଶ୍ମିତା ରଣା, ସୁଭଦ୍ରା କୁବେର, ରଶ୍ମିରେଖା ସାହୁ, ସୁବାସ ବାରିକ, ଅଲେଖ ସେଠୀ, ଗିରିଧାରୀ ବେହେରା, ପର୍ଶୁରାମ ବେହେରା, ଗୌରାଙ୍ଗ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ରଣା, ମୌନାବତୀ ସାହୁ, ଗାୟତ୍ରୀ ସାହୁ, ରଞ୍ଜୁଲତା ସାହୁ ସମେତ ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading