ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ



କେନ୍ଦ୍ରାପଡା ୩୧ା୭ – କେନ୍ଦ୍ରାପଡା ଜିଲ୍ଲାରେ ଜୁଲାଇ ୧୬ରୁ ୨୧ତାରିଖ ଓ ଜୁଲାଇ ୨୯ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଅଞ୍ଚଳ, ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସିପାଲଟି ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଳଭା ନିକଟରେ ଜଳସ୍ତର ମାପ ନିମନ୍ତେ ବ୍ୟବସ୍ଥା ରହିଛି । ଏହି ଅଳଭା ବନ୍ୟାଜଳ ମାପାକାଠି ଅନୁସାରେ ପ୍ରଥମେ ଜୁଲାଇ ୧୭ଠାରୁ ଜୁଲାଇ୨୧ ପାଞ୍ଚଦିନ ଓ ଦ୍ୱିତୀୟରେ ଜୁଲାଇ ୨୯ରୁ ୩୧ ପର୍ଯ୍ୟନ୍ତ ଜଳସ୍ତର ବିପଦ ସଂଙ୍କେତଠାରୁ ୪.୮୮ମିଟର ଉପରେ ରହିଅଛି । ଆଜିର ରିର୍ପୋଟ ଅନୁସାରେ ବ୍ରାହ୍ମଣୀ ବନ୍ୟାଜଳ ଅଳଭା ଠାରେ ୫.୫୦ମିଟର ରହିଛି । ଏହି ବନ୍ୟା ଯୋଗୁ କେତେକ ପଞ୍ଚାୟତ ଓ ଗ୍ରାମ ସମ୍ପୁର୍ଣ୍ଣ ଜଳବନ୍ଦି ଥାଇ ବାହ୍ୟ ଜଗରୁ ବିଛିନ୍ନହୋଇଛି । ଏହି ଅଞ୍ଚଳର ଅଧିବାସୀମାନେ ବହୁ କଷ୍ଟରେ କାପାତିତ କରୁଛନ୍ତି । ଅତିତରେ ଅଳଭାଠାରେ ବନ୍ୟା ସଙ୍କେତ ବିପଦ ସଂଙ୍କେତ ଟପିଲେ ସରକାର ବନ୍ୟା ବିପନ୍ନମାନଙ୍କୁ ରିଲିଫ ଯୋଗଇଦେଇଛନ୍ତି । ବର୍ତ୍ତମାନ ବନ୍ୟା କଷ୍ଟ ଲରାକମାନଙ୍କର ଦୁର୍ଦଶା ହୃଦୟଗମ କରି ବ୍ରହ୍ମଣୀ ପ୍ରଭାବିତ ବନ୍ୟା ଲୋକମାନଙ୍କୁ ୭ଦିନ ପାଇଁ ରିଲିଫ ଯୋଗାଇଦେବାକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀଙ୍କୁ ପତ୍ରମାଧ୍ୟମରେ ଅନୁରୋଧ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading