ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୂତି ଘଟଣା ; ଛାତ୍ରୀଙ୍କ ପୁରୁଷ ବନ୍ଧୁ ଗିରଫ ଓ କୋର୍ଟ ଚାଲାଣ


  1. ପୁରୁଷ ବନ୍ଧୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା
  2. ତେରୋହି ଗ୍ରାମବାସୀଙ୍କ ଗ୍ରାମାଂଚଳ ଥାନା ସମ୍ମୁଖରେ ଧାରଣା


ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମର ଛାତ୍ରୀ ସଙ୍ଗୀତାଙ୍କ ପୋଡିହୋଇ ମୃତ୍ୟୁ ବରଣ କରିବା ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ରବିବାର ପୋଲିସ କୋର୍ଟ ଚାଲାଣ କରିଛି । ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା କେଶ ନମ୍ବର ୨୮୪/୨୦୨୫ରେ ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬, ୭୫, ୭୮, ୧୦୮, ୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି। ଏହାକୁ ବିରୋଧ କରି ପୁରୁଷବନ୍ଧୁ ପ୍ରମୋଦଙ୍କ ପରିବାର ମୃତଛାତ୍ରୀଙ୍କ ବାପା,ମାଙ୍କ ନାମରେ ଏତାଲା ଦେବା ସହିତ ପରିବାର ଲୋକେ ଓ ଗ୍ରାମବାସୀ ଥାନାରେ ଧାରଣ ଦେଇଥିଲେ । ତେବେ ପୋଲିସ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।


ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର ବଡ଼ପଡା କଲେଜରେ ପଢ଼ୁଥିବା +୩ କଳା ଶେଷବର୍ଷ ଛାତ୍ରୀ ସଂଗୀତାଙ୍କ ଆତ୍ମହୁତି ଘଟଣାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ଛାତ୍ରୀଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଂଚାୟତ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଚେନାଇରୁ ଧରିଆଣି ପୋଲିସ ଜେରା କରିବା ସହିତ ତା ମୋବାଇଲରୁ ଛାତ୍ରୀଙ୍କ ଅଶୀଳ ଭିଡିଓ ଜବତ କରିଛି । ଆବଶ୍ୟକ ତଦନ୍ତ ଓ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ନାମରେ ସଂଗୀନ ଦଫାରେ ମାମଲା ରୁଜୁ କରି ରବିବାର ପଟ୍ଟାମୁଣ୍ଡାଇ କୋର୍ଟ ଚାଲାଣ କରିଛି ।  ଶନିବାରି ମୃତା ଛାତ୍ରୀଙ୍କ ପିତା ଶଶିକାନ୍ତ ପରିଡା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଝିଅର ପୁରୁଷବନ୍ଧୁ ପ୍ରମୋଦ ବେହେରା ବିରୋଧରେ ଲିଖିତ ଏତଲା ଦେଇଥିଲେ । ଅପରପକ୍ଷରେ ପ୍ରମୋଦଙ୍କ ଗିରଫ ଘଟଣାରେ ତାର ପରିବାର ଓ ଗ୍ରାମବାସୀ ଉତକ୍ଷିପ୍ତ ହୋଇପଡିଛନ୍ତି । ପ୍ରମୋଦଙ୍କ ପିତା ଗଣେଶ୍ୱର ବେହେରା, ମାତା ଶାନ୍ତିଲତା ବେହେରା ତାଙ୍କ ପୁଅ ନିରୀହ ତାକୁ ମୃତା ଛାତ୍ରୀଙ୍କ ପରିବାର ଲୋକମାନେ ଫସାଇ ଦେଇଛନ୍ତି । ମୃତା ଛାତ୍ରୀଙ୍କ ବାପା ମା ଝିଅକୁ ବାଡେଇ ମାରି ଦେଇଛନ୍ତି ବୋଲି ଗ୍ରାମାଂଚଳ ଥାନାରେ ଲିଖିତ ଏତଲା ଦେବା ସହିତ ଧାରଣା ଦେଇଥିଲେ । ତାଙ୍କୁ ସମର୍ଥନ କରି ବିଲିକଣା ପଂଚାୟତ ତେରୋହୀ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଥିଲେ । ଧାରଣାକାରୀ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ନିରୀହ ପ୍ରମୋଦଙ୍କୁ ଛାଡି ଦେବାକୁ ଦାବି କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading