ଯଶସ୍ୱିନି ପତ୍ରିକା ଉନ୍ମୋଚିତ



କେନ୍ଦ୍ରାପଡ଼ା,୧୪ା୮:ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ସଭା ଗୃହରେ ବିଶିଷ୍ଟ ସମାଜ ସେବୀ କବି ଡ଼ ନାରାୟଣ ପତିଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା “ଯଶସ୍ୱିନି’ର ଶୁଭ ଉନ୍ମୋଚନ ହୋଇଯାଇଛି। ବର୍ତ୍ତମାନର ସାମାଜିକ ସ୍ଥିତିକୁ ନେଇ ଭରପୁର ଆନନ୍ଦ ଦେଉଥିବା ଏହି ପତ୍ରିକାରେ ଅନେକ ମୂଲ୍ୟବାନ ଗଳ୍ପ କବିତା ସ୍ଥାନ ପାଇଛି। ଡ଼ ପତି ସମ୍ପ୍ରତି ମାନବାଧିକାର ସୁରକ୍ଷା ଆୟୋଗର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ସାହିତ୍ୟ, ଜ୍ୟୋତିଷ, ବାସ୍ତୁ ଶାସ୍ତ୍ର ଭିତ୍ତିକ ଏବଂ ବିଭିନ୍ନ ସମାଜ ସେବାରେ ତାଙ୍କର ସଫଳ ଯୋଗଦାନ ପାଇଁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ସମାଜସେବୀ ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବଉତ୍କଳ ସ୍ୱେଛାସେବୀ ସଂଗଠନର କର୍ମୀ ବସନ୍ତ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜମଧର ସମବାୟ ସମିତି ସଭାପତି ଧରଣୀଧର ଦାସ , କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଜିତେନ୍ଦ୍ର ପ୍ରସାଦ ପାଗଳ, ଚିନ୍ମୟ ପ୍ରସାଦ ମହାନ୍ତି, ମାନସ କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଡ଼ ପତିଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ପତି, ମନୋଜ କୁମାର ରଣା, ଦୟାନନ୍ଦ ସେବାଶ୍ରମର ମୁଖ୍ୟ ପୁରୋଧା ମଦନ ମୋହନ ବେହେରା, ନାରାୟଣ ସ୍ୱାଇଁ, ଦ୍ୱିପକ କୁମାର ସାହୁ, ଚିତ୍ତରଞ୍ଜନ ବେଜ୍‌, ସୁଶାନ୍ତ କୁମାର ମହାନ୍ତି, ଅଶୋକ କୁମାର ସାହୁ ପ୍ରମୁଖଙ୍କ ସମେତ ଏନୟୁଏସଏସର ସଂପାଦକ ବାଇଧର ବେହେରା ପ୍ରମୁଖ ପଚାଶରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ଡ଼ ପତି ତାଙ୍କ ପୁସ୍ତକ ଓ ମାନବିକ ଅଧିକାର ସଂପର୍କରେ ସ୍ୱବକ୍ତବ୍ୟ ରଖିଥିଲେ। ଶେଷରେ ଅକ୍ଷୟ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Thu Aug 14 , 2025
କେନ୍ଦ୍ରାପଡ଼ା,୧୪ା୮:ସ୍ୱାଧୀନତା ଦିବସର ଅବ୍ୟବହତି ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ଏବଂ ସଂଯୋଜକ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଏନଏସଏସ ଅଧିକାରୀ ଅଧ୍ୟାପକ ପ୍ରମୋଦ କୁମାର ବେହେରା, ଯୁବରେଡକ୍ରସର ଅଧିକାରୀ ଅଧ୍ୟାପକ ବିକାଶ କୁମାର ନାୟକ, ଏନସିସି କ୍ୟାପଟେନ ସୀମା ମହାନ୍ତି ଓ ସତ୍ୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏକହଜାରରୁ ଉର୍ଦ୍ଧ୍ୱ […]

KANIKA