ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍ ,ଥାନାରେ ଏତଲା



ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା ଦିବା ୪ଘଟିକା ସମୟରେ ସ୍କୁଲ ଛୁଟି ପରେ ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ସ୍କୁଲ ଗେଟ ନିକଟରେ ପହଂଚିବା ମାତ୍ରେ ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ସେଠାରେ ପହଂଚି ଥିଲେ । ଜଣେ ବାଇକ ଷ୍ଟାଟ କରି ବସିଥିବା ବେଳେ ଅନ୍ୟ ଯୁବକ ଜଣକ ତତକ୍ଷଣାତ ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲା । ପରେ ଦୁଇ ଯୁବକ ବାଇକ ଯୋଗେ କ୍ଷୀପ୍ର ଗତିରେ ଚୌଦକୁଲାଟ-ଇନ୍ଦୁପୁର ରାସ୍ତାରେ ଯାଇ ଉଭାନ ହୋଇଥିଲେ । କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଏହି ଘଟଣା ଘଟିଗଲା । ପଟ୍ଟାମୁଣ୍ଡାଇ ପୋଖରୀଆପଡା ନିବାସୀ ଶିକ୍ଷୟତ୍ରୀ ଜଣକ ଶେଷରେ କୌଣସି ଉପାୟ ନପାଇ ଘରକୁ ଫେରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଏକ ଲୁଟ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ସମେତ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।


Discover more from

Subscribe now to keep reading and get access to the full archive.

Continue reading