ବିବେକାନନ୍ଦ ଲୋକସଂସଦର ଉଦବୋଧନୀ ବକ୍ତୃତାମାଳା , ସ୍ୱାମୀ ବିବେକାନନ୍ଦ ଜାତୀୟତାର ପ୍ରତୀକ



କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଦ୍ୱାରା ଏକ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କେନ୍ଦ୍ରାପଡା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ଶାଖାର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ ବିଭାଗର ମୁଖ୍ୟ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠର ସଂଯୋଜିକା ଡ. ଦିପ୍ତୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକ ସଂସଦର ବିଚାରଧାରା ବିଭାଗର ରାଜ୍ୟ ଅଧ୍ୟକ୍ଷ ଜଗତ କିଶୋର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀଜୀଙ୍କର ଅଦ୍ୱୈତ ବେଦାନ୍ତ ଦର୍ଶନର ତର୍ଜମା କରିବା ସହିତ ସ୍ୱାମୀଜୀଙ୍କୁ ଯୁବ ମାନସର ପ୍ରତିଭୂ ଭାବେ ବର୍ଣ୍ଣନା କରିଥିଲେ। ଶେଷରେ ପୂର୍ବ ସଂଭାଗର ବିଚାରଧାରା ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୀମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସଭାରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ଲୋକ ସଂସଦର ଜିଲ୍ଲା ସଭାପତି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ବାୟାବାବା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁଧାଂଶୁଶେଖର ଦ୍ୱିବେଦୀ, ଅଧ୍ୟାପକ ରଞ୍ଜିତ ଦାସ, ଲୋକ ସଂସଦର ସଭ୍ୟ ସୁରେନ୍ଦ୍ର ନାଥ ପଣ୍ଡା, ମଞ୍ଜୁଶ୍ରୀ ବରାଳ, ଅଧ୍ୟାପକ ଡ. ଦେବକାନ୍ତ ଷଡଙ୍ଗୀ, ହିମାଂଶୁ ଭୂଷଣ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ଆନନ୍ଦ କୁମାର ନାୟକ, ଅଧ୍ୟାପିକା ରତ୍ନମଞ୍ଜରୀ ଦାଶ, ରୀନାରାଣୀ ପଢିଆରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


Next Post

ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍ ,ଥାନାରେ ଏତଲା

Mon Sep 15 , 2025
ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା […]

KANIKA

Subscribe