ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ବିଶାଳ ପଦଯାତ୍ରା , ଦାୟୀତ୍ୱ ନେଲେ ନୂତନ ଜିଲ୍ଲା ସଭାପତି ଡା.ଦେବସ୍ମିତା ଶର୍ମା



କେନ୍ଦ୍ରାପଡ଼ା,୩ା୧୦:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ପରେ ତିନିମୁହାଣିସ୍ଥିତ ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାନେତ୍ରୀ ଡା. ଶର୍ମା ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନକରି କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲା କଂଗ୍ରେସ ଭବନରେ ପହଞ୍ଚି ସେଠାରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ କଂଗ୍ରେସ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଶର୍ମା ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତିକୁ ଆଦର୍ଶ ଭାବେ ଗ୍ରହଣ କରି ସାଧାରଣ ଜନତାଙ୍କ ସେବା କରିବାକୁ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହିତ କେନ୍ଦ୍ରାପଡା ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବାକୁ ଦଳର ସମସ୍ତ ତୃଣମୂଳ ସ୍ତରର ନେତୃତ୍ୱ ଓ କର୍ମୀମାନେ ଏକାଠି ହୋଇ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନୂତନ ତଥା ଜିଲ୍ଲାର ପ୍ରଥମ ମହିଳା ସଭାନେତ୍ରୀ ଡା. ଶର୍ମାଙ୍କୁ ଦଳୀୟ ନେତା ଓ କର୍ମୀମାନେ ଉତ୍ତରୀୟ,ପୁଷ୍ପମାଲ୍ୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗାନ୍ଧୀ ଜୟନ୍ତୀ ସାଙ୍ଗକୁ ବିଜୟାଦଶମୀ ଓ ସୁଦଶାବ୍ରତ ଭଳି ଶୁଭବେଳାରେ ଡା. ଶର୍ମା ଜିଲ୍ଲା କଂଗ୍ରେସର ଗୁରୁଦାୟୀତ୍ୱ ଗ୍ରହଣ କରିଥିବାରୁ କଂଗ୍ରେସ କର୍ମୀମାନେ ମା’ଦୁର୍ଗା କଂଗ୍ରେସର ମଙ୍ଗ ଧରିଲେ ବୋଲି କହିଥିଲେ। ଏହି ସଭାକୁ ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା ସଂଯୋଜନା କରିଥିଲେ। ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଡ. ସିପ୍ରା ମଲ୍ଲିକ, ରାଜନଗର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଆକବର ଅଲ୍ଲୀ, ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଜୟଦେବ ପରିଡା, ଭାଗିରଥୀ ଜେନା, ରମାକାନ୍ତ ଦାଶ, ପ୍ରଦୀପ ପ୍ରଧାନ, ମଳୟ ଦାସ, ବିଧୁଭୂଷଣ ମହାପାତ୍ର, ଛାତ୍ରକଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ମହେନ୍ଦ୍ର ପରିଡା, ବସନ୍ତ ସେଠୀ, ସର୍ବେଶ୍ୱର ସେଠୀ, ହେମନ୍ତ ମିଶ୍ର, ରଶ୍ମିତା ମହାନ୍ତି, ସୁଚିତ୍ରା ବିଶ୍ୱାଳ, ପ୍ରମିଳା ସାହୁ, ବିଧାନ ସାମଲ, ନଳୀନି ମହାନ୍ତି, ବାବୁରାମ ଜେନା, ରବିନାରାୟଣ ବେହେରା, ଜଗନ୍ନାଥ ସେଠୀ, ସନ୍ତୋଷ ବେହେରା, ରଶ୍ମିରଞ୍ଜନ ଚୈାଧୁରୀ, ଶିଖାଂଶୁ ଲେଙ୍କା, ତପନ ପାତ୍ର, ଉମେଶ ପାଢୀ ପ୍ରମୁଖ ଶତାଧିକ ଦଳୀୟ ନେତା ଓ କର୍ମୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାରାଧାରକୁ ନେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ନୂତନ ସଭାନେତ୍ରୀ ଡା. ଶର୍ମାଙ୍କ ହାତମୁଠାକୁ ଟାଣ କରିବା ସହ ଜିଲ୍ଲା ସଂଗଠନକୁ ମଜଭୁତ କରିବାକୁ ସଂକଳ୍ପ ନେଇଥିଲେ। ଏହି ଅବସରରେ ଡେରାବିଶ ବ୍ଲକରୁ ସୁମନ୍ତ ସେଠୀ, ସୂର୍ଯ୍ୟକାନ୍ତ ସେଠୀ,ଅଶ୍ୱିନୀ କର ଓ ନିରଞ୍ଜନ ସାହୁ ପ୍ରମୁଖ ବହୁ କର୍ମୀ ଅନ୍ୟଦଳ ଛାଡି କଂଗ୍ରେସ ଦଳରେ ଯୋଗଦେଇଥିଲେ। ସଭାନେତ୍ରୀ ଡା. ଶର୍ମା ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ। ତେବେ ନୂତନ ଜିଲ୍ଲା ସଭାନେତ୍ରୀଙ୍କୁ ନେଇ ଜିଲ୍ଲା କଂଗ୍ରେସ ବେଶ ଉତ୍ସାହିତ ଥିବା ଦେଖାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading