ମା’ପୈାର୍ଣ୍ଣମାସୀ ଦୁର୍ଗା ପୂଜା ସମିତି ପକ୍ଷରୁ ଶାରଦୀୟ ସାହିତ୍ୟ ଆସର



କେନ୍ଦ୍ରାପଡ଼ା,୬ା୧୦:ମା ‘ପୌର୍ଣ୍ଣମାସୀ ଦୁର୍ଗା ପୂଜା ସମିତି,ବାଲିଆ ପକ୍ଷରୁ ଆମ ଗାଁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲିଆ ହାଟସ୍ଥିତ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପୂଜା ସମିତିର ସଭାପତି ବିଶିଷ୍ଟ ବାସ୍ତୁବୀତ ନାରାୟଣ ପତିଙ୍କ ଅଧ୍ୟକ୍ଷତା ଓ ଆମ ଗାଁ ସାହିତ୍ୟ ପରିଷଦ ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଲ୍ଳା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ମୁଖ୍ୟବକ୍ତା ଭାବେ ଗବେଷକ ନିରଞ୍ଜନ ମେକାପ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ,ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଶିକ୍ଷାବିତ୍ ଭରତ ଚରଣ ସାହୁ, ପଞ୍ଚାୟତସମିତି ସଭ୍ୟା ପ୍ରମିଳା ମିଶ୍ର ପ୍ରମୁଖ ଯୋଗଦେଇ ମାତୃ ଶକ୍ତିର ଉପାସନା, ମା ‘ ଦୁର୍ଗାଙ୍କ ଆବ୍ରିର୍ଭାବ, ମଣ୍ଡପରେ ଦୁର୍ଗା ପୂଜାର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। କବି ଅଙ୍କିତା ରାଉତ ଆବହନି ସଙ୍ଗୀତ ଗାନ ଓ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଦୁର୍ଗା ପୂଜା ସମିତି ପକ୍ଷରୁ ଅତିଥି କବି ଓ ନବ ଉତ୍କଳ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା। କବି ନିକୁଞ୍ଜବିହାରୀ ପୃଷ୍ଟି ଓ ଶୈଳଜାଶଙ୍କର ସାମଲଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ କବି ଅଜୟ ପାତ୍ର, ସୁରେନ୍ଦ୍ର ବେହେରା,କବିତା ମୁଦୁଲି, ରଞ୍ଜନ ବାଇ, ମେଜର ଭରତ ଜେନା, ଗୀତାଞ୍ଜଳି ସାହୁ, ଅସିତ ସାହୁ, ଡ. ରଜନୀକାନ୍ତ ଦାସ, ଡ଼ ଚୈତନ୍ୟ ଚରଣ ପରିଡ଼ା, ନୃସିଂହ ତ୍ରିପାଠୀ, ଡ଼ ଗିରିଜା କାନ୍ତ ଦାସ ପ୍ରମୁଖ ୩୫ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଗୋଲକ ସେଠୀ ଦୁର୍ଗା ଭଜନ ଗାନ ଓ ଧରଣୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading