କେନ୍ଦ୍ରାପଡା କଲେଜରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ



କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ଜେନା ଏହି ଅବସରରେ ମନସ୍ତତ୍ତ୍ୱ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବପିଢିଙ୍କ ମାନସିକ ସ୍ୱାସ୍ଥ୍ୟ କିପରି ସୁସ୍ଥ ରହିପାରିବ ତା’ର ବିଭିନ୍ନ କୈାଶଳ ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଡ. ଦେବକାନ୍ତ ଷଡଙ୍ଗୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ମାନସିକ ସ୍ତରରେ ସୁସ୍ଥ ରହିବାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁଶେଖର ମହାପାତ୍ର କହିଥିଲେ ଯେ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ହେଲେ ଯୁବପିଢି ଡିଜିଟାଲ ଦୁନିଆରୁ ନିଜକୁ ମୁକ୍ତ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପିକା କ୍ୟାପଟେନ ସୀମା ମହାନ୍ତି ଓ ଇପ୍ସିତା ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପିକା ମୋକ୍ଷଦା ରଥ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ବୈଠକ

Mon Oct 13 , 2025
କେନ୍ଦ୍ରାପଡା ୧୩/୧୦- କେନ୍ଦ୍ରାପଡା ଡିଆରଡିଏ କାର୍ଯ୍ୟଳୟ ପ୍ରାଗଂଣରେ ସରକାରୀ ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଦସ୍ୟମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ । ସେକ୍ରେଟାରୀ ଆଶିଷ କୁମାର ବିଶ୍ୱାଳ ସଂଘର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ଅବସରପ୍ରାପ୍ତ ଗାଡ଼ିଚାଳକ ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରତାପ କୁମାର […]

KANIKA