
କେନ୍ଦ୍ରାପଡା,୧୪ା୧୦: କେନ୍ଦ୍ରାପଡାରେ ଅନୁଷ୍ଠିତ ସର୍ବବୃହତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କେନ୍ଦ୍ରାପଡା ମୁନିସିପାଲଟି ସମେତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟମୁଣ୍ଡାଇ ବ୍ଲକର ବିଭିନ୍ନ ଗ୍ରାମମାନଙ୍କର ପୂଜା ଉତ୍ସବ ପାଳିତ ହେଉଛି । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଭିନ୍ନ ଦେବୀ ମଣ୍ଡପ ଦର୍ଶନ କରି ଜଗତ ଜନନୀମା ଲକ୍ଷ୍ମୀଙ୍କର ଆର୍ଶିବାଦ ଭିକ୍ଷା କରିଥିଲେ । ମାଙ୍କ ନିକଟରେ ସେ କେନ୍ଦ୍ରାପଡାବାସୀଙ୍କ ପାଇଁ ଶୁଭମନାସୀ ଥିଲେ । କେନ୍ଦ୍ରାପଡା ମ୍ୟୁନିସିପାଲଟିରେ ଅନୁଷ୍ଠିତ ସମସ୍ତ ମଣ୍ଡପ ସହ କେନ୍ଦ୍ରାପଡା ବ୍ଲକର ଦୁହୁରିଆ, ହଳଦୀଢିହ, ଜଜାଙ୍ଗ, ଗୋଗୁଆ ଓ ଚଉଦକୁଲାଟ ଏବଂ ପଟ୍ଟାମିଣ୍ଡାଇ ବ୍ଲକର ଦାଣ୍ଡିସାହି ଏବଂ ଅଣ୍ଡରା ପଞ୍ଚାୟତର ଦାଣ୍ଡ ଉପର ଗ୍ରାମର ଆୟୋଜିତ ଲକ୍ଷ୍ମୀ ପୂଜା ଉତ୍ସବରେ ସେ ସାମିଲ ହୋଇଥିଲେ । ଏହି ଉତ୍ସବରେ ଭାଇଚାରାର ଏକ ଅପୂର୍ବ ନିଦର୍ଶନ ବୋଲି ବର୍ଣ୍ଣନା କରି ସେ ଉଭୟ ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କୁ ପରସ୍ପର ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଜଣାଇଥିଲେ । ଏହି ମଣ୍ଡପ ପରିସର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶୀ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ନଗର ବିଜେଡି ସଭାପତି ଯଯାତି ମହାନ୍ତି, ସଂଖ୍ୟାଳଘୁ ସଭାପତି ସେକ ଚନ୍ଦନ, କାଉଁସିଲର ପ୍ରଦୀପ ନାୟକ, ରମେଶ ଦାସ, ସିକୁମାର ଚୌଧୁରୀ, ଉମେଶ ନାୟକ, ସୌମେଦ୍ର ପୃଷ୍ଟି, ପ୍ରଦୀପ ଜେନା, ନିରାକାର ସ୍ୱାଇଁ, ସଂଗମ ସାମଲ, ଲୋହିତ ମହାନ୍ତି, ରଶ୍ମିରଞ୍ଜନ ରାଉତ, ପ୍ରଦୀପ୍ତ ମହାନ୍ତି, ତପୋରଞ୍ଜନ ବେହେରା, ପ୍ରଦ୍ୟୁନ୍ନ ଜେନା, ମୁକ୍ତାର ଖାଁ, ମୁକ୍ତାର ଅଲ୍ଲୀ, ସାହେବ ରାଉତ, ସେକ ଅନୁଆର, ରଞ୍ଜନ ସାହୁ, କିଶୋର ନାଥ, ମୋହନ ଆଚାର୍ଯ୍ୟ, ନିରଞ୍ଜନ ବାରିକ, ବିଜୟ ମଣ୍ଡଳ, ମାନସ ଦାସ, ପରଭେଜ ଅକ୍ତର, ଦାମୋଦର ଜେନା, ସଞ୍ଜୟ ଜେନା, ହିରଣ୍ୟ ପଣ୍ଡା, ରକ୍ତିକାନ୍ତ ସାମଲ, ଦେବବ୍ରତ ତ୍ରିପାଠି, ରାଜୀବ ଜେନା, କିସାନ ସାହୁ, ରାଜୁ କୁବେର, ଜ୍ଞାନ ରଞ୍ଜନ ସାହୁ, ମହମ୍ମଦ ଇସାକ, ପ୍ରଶାନ୍ତ ବିଶ୍ୱାଳ, ସେରେଶ ମହାନ୍ତିୁ, ଦୟାନିଧି ପରିଡା, ନାରାୟଣ ପରିଡା, ନିର୍ମଳ ସାହୁ, ନରେଶ ଜେନା, ସେକ ହୁସେନ ଓ ସମ୍ବିଦ ଶ୍ରୀ ଚନ୍ଦନ ପ୍ରମିଖ ସାମିଲ ହୋଇ ମାଁ ଲକ୍ଷ୍ମୀଙ୍କ କୃପା ଭିକ୍ଷା କରିଥିଲେ ।










