ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ(ଉଲ୍ଲାସ) ପରୀକ୍ଷା



କେନ୍ଦ୍ରାପଡ଼ା,୨୬ା୧୦:ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ (ଉଲ୍ଲାସ)ରେ ପଞ୍ଜୀକରଣ କରିଥିବା ଅଣସାକ୍ଷର ମାନଙ୍କର ପରୀକ୍ଷା କେନ୍ଦ୍ରାପଡା ବ୍ଲକ ର ୪ଟି ପରୀକ୍ଷା କେନ୍ଦ୍ରରେ ରବିବାର ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଦେପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅଭିରାମ ଉଚ୍ଚ ଶିକ୍ଷାଶ୍ରମ, ତରାଣ୍ଡୋ ଉଚ୍ଚ ବିଦ୍ୟାଳୟ, ଦୁତିଆଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, କେନ୍ଦ୍ର ସୁପରିନଟେଣ୍ଡେଣ୍ଟତଥା ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକ, ଅବଜରଭର ଅନନ୍ତ କୁମାର ପରିଡା, ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସେକ ଫଯାଜୁଦ୍ଦିନ, କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଧନ କେନ୍ଦ୍ର ସଂଯୋଜକ ସଦାଶିବ ସାହୁ, କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ସାଧନ କେନ୍ଦ୍ର ସଂଯୋଜକ ରଶ୍ମିରଞ୍ଜନ ପ୍ରଧାନ ଓ କୋରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଧନକେନ୍ଦ୍ର ସଂଯୋଜକ ପ୍ରଜ୍ଞା ପ୍ରଗଳ୍ଭା ଚଇନି ଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଚାଲୁଥିବା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭସ୍ମିତା ତ୍ରିପାଠୀ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ପରିଡା ପରୀକ୍ଷା କାର୍ଯ୍ୟକ୍ରମ ତଦାରଖ କରିଥିଲେ। ନିରକ୍ଷରତା ଦୂରୀକରଣ ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ। ଏହା ପୂର୍ଣ୍ଣ ମାତ୍ରାରେ ସଫଳ ହେଲେ ଅଣସାକ୍ଷର ଦୂରୀକରଣ ହୋଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମତ।


Next Post

ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତାରେ ଚମକିଲା କେନ୍ଦ୍ରାପଡା

Wed Oct 29 , 2025
କେନ୍ଦ୍ରାପଡା ୨୮/୧୦- ଅକ୍ଟୋବର ୨୫ ଓ ୨୬ ତାରିଖ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାରାସନ୍ତରଣ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପାରା ସନ୍ତରଣକାରୀମାନେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି । ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ ସହ ଏହି ପାରାସନ୍ତରଣକାରୀମାନେ ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିବାରେ ସମର୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାର ଆଳି ବ୍ଲକ୍ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ପାରା ସନ୍ତରଣକାରୀ ମୋନାଲି ସ୍ୱାଇଁ ମହିଳା […]

KANIKA