କେନ୍ଦ୍ରାପଡା ରାଜ୍ୟ ମହିଳା ଫିଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫ ଉଦଘାଟିତ



କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ର ସହୋଯୋଗ ରେ ଆଜି ସ୍ଥାନୀୟ ଗରପୁର୍ ଠାରେ ଥିବା ସ୍ୱୟଙ୍ଗସିଦ୍ଧା ଠାରେରେ ଚଳିତ ବର୍ଷ ର ଓଡ଼ିଶା ମହିଳା ଫିଡେରେଟିଙ୍ଗ ଚେସ ଚାମ୍ପିଅନସିପ -୨୦୨୫ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ସର୍ବୋଚ୍ଚ ପୁରସ୍କାର ରାଶି ୫୦୦୦୦ ଟଙ୍କା ଥିବା ବେଳେ ଖେଳାଳି ମାନେ ସର୍ବନିମ୍ନ ପ୍ରବେଶିକା ଶୁଳ୍କ ଦେଇ ଭାଗ ନେବାର ସୁଯୋଗ ପାଇଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଇ ଆଇ ସି ରବୀନ୍ଦ୍ର ନାଥ ବେହେରା, ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍‌ର ସମ୍ପାଦକ ସମରେନ୍ଦ୍ର ସାହୁ, ବରଗଡ଼ ଜିଲ୍ଲା ଚେସ ଆସୋସିଏସନ୍‌ର ସମ୍ପାଦକ କେ ଆର୍ ପ୍ରଧାନ, ସିପାର ସଭାପତି ଇଂ ଧନଞ୍ଜୟ ସାବତ ଯୋଗ ଦେଇଥିବା ବେଳେ ଆସୋସିଏସନ୍‌ର ସଭାପତି କିଶୋର ପଣ୍ଡା, ସମ୍ପାଦକ ଭବେଶ୍ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ ଉଦବୋଧନ ଦେଇଥିବା ବେଳେ ଆସୋସିଏସନ୍‌ର ଉପସଭାପତି ଲଲାଟ କେଶରୀ ସାମଲ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ସ୍ୱାଗତ ସମିତିର ଉପଦେଷ୍ଠା ଉପିନ୍ ରାଉତ, କିଶୋର ଦାସ , ଶକ୍ତିଶ୍ରି ଲେଙ୍କା, ଗୌତମ୍ ମଲ୍ଲିକ, ସ୍ୱୋପ୍ନଯିତ୍ ବାରିକ, ଅସିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଚାରିଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୦ ଜଣ ମହିଳା ଖେଳାଳି ବିଭିନ୍ନ ଜିଲ୍ଲାରୁ ଭାଗନେଇଛନ୍ତି। ଯେଉଁ ଥୀରେ କେନ୍ଦ୍ରାପଡାର ଝିଅ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ସୋର୍ଣ୍ଣ ପଦକ ବିଜେତା ସ୍ମାରକୀ ମହାନ୍ତି, ଏସିଆ କପ୍ ବିଜେତା ଖୋର୍ଦ୍ଧାର ୟାସିତା ରାଉତ, ୟୁନିଭର୍ସଟି ଚାମ୍ପିଅନ କଟକର ଗୀତାଶ୍ରୀ ବିଶ୍ୱାଳ, ଆନ୍ତର୍ଜାତିକ ଖେଳାଳି ଜୟଲକ୍ଷ୍ମୀ ସାହୁ, ନୈନିକ ସାହୁ, ଜ୍ୟୋତିକ ସାହୁ, ଉମା ଦଳପତି, ନିଭ୍ରୀତା ପଟ୍ଟନାୟକ ପ୍ରମୁଖ ସୁନାମଧନ୍ୟ ଖେଳାଳି ଭାଗନେଇଛନ୍ତି। ଖେଳର ସୁ ପରିଚାଳନା ପାଇଁ ପିଙ୍କି ମହାପାତ୍ର ଚିଫ ଅର୍ବିଟର, ଡେପୁଟି ଆର୍ବିଟର ଭାବେ ଅଭିଷେକ ଆଚାର୍ଯ୍ୟ, ନମ୍ୱଲା ରବିକୁମାର ଦାୟିତ୍ୱ ନେଇଥିବା ବେଳେ ଆସୋସିଏସନ୍ ର ଅନ୍ୟତମ ଉପସଭାପତି ଅମରେଶ ସାହୁ, କୋଷାଧ୍ୟକ୍ଷ ନାରାୟଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଏହା ଉଦଯାପିତ ହେବ।


Next Post

 ଗାଁ ମୁହାଁ କୁମ୍ଭୀର, ପୋଖରୀରେ ପସି ଖାଇଯାଉଛି ମାଛ

Sat Nov 1 , 2025
ପଟ୍ଟାମୁଣ୍ଡାଇ ୩୧/୧୦-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀରକୁ ଶୁକ୍ରବାର ବନ ବିଭାଗ ଉଦ୍ଧାର କରିଛି । ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ ପହଁଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ। ଉଦ୍ଧାର ହେବା ପରେ କୁମ୍ଭୀରକୁ […]