କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ



କେନ୍ଦ୍ରାପଡା,୯ା୧୧: ରାଜ୍ୟ ଓଷ୍ଟାର ନିଷ୍ପତ୍ତି କ୍ରମେ ଜିଲ୍ଲା ଓଷ୍ଟାର ଆହ୍ୱାନରେ ଗୁଲନଗର ହାଇସ୍କୁଲ ପରିସରରେ ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ ଜିଲ୍ଲା ଓଷ୍ଟାର ସଭାପତି ଆଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାନେତ୍ରୀ ରିନା ରାଉତ ମଞ୍ଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବାବେଳେ ଯୁଗ୍ମ ସମ୍ପାଦିକା ସରୋଜିନୀ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଭଗବାନ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଆଜିର ଦୀନରେ ମହିଳାମାନେ ନିର୍ଭୀକ ରୂପେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ମୁଖ୍ୟଅତିଥି ଓଡିଶା ମଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଶିକ୍ଷା ପ୍ରଦୀପର ପ୍ରାକ୍ତନ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ବିଶିଷ୍ଟ ଅତିଥି ତ୍ରୈଲୋକ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ରୂପେ ରାଜ୍ୟ ସମ୍ପାଦିକା ଯୁଗପ୍ରଭା ସାବତ, ରାଜ୍ୟ ସମ୍ପାଦକ ନିର୍ମଳ କୁମାର ଜେନା, ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଗୁଲନଗର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପିୟଦର୍ଶିନୀ ତରାଇ, ଜିଲ୍ଲ ।ଓଷ୍ଟା ପ୍ରାକ୍ତନ ଉପସଭାନେତ୍ରୀ ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ଯୋଗଦେଇ ଆଜି ସମୟର ଆହ୍ୱାନ ପ୍ରତ୍ୟକ ବିଦ୍ୟାଳୟରେ କାର୍ଯ୍ୟରତ ମହିଳା, ଶିକ୍ଷକ ଓ କର୍ମଚାରୀମାନେ ସଶକ୍ତିକରଣ ହେବା ସହ ଆମର ପ୍ରିୟ ସଂଗଠନ ଓଷ୍ଟା ସହ ସଂପୃକ୍ତି, ସହମତି ଓ ଅଙ୍ଗିକାରବଦ୍ଧତା ପ୍ରକଟ କରିବା ଓ ବିଦ୍ୟାଳୟ ସ୍ତରରେ ନିରବ ବିପ୍ଳବ ନ କରି ନିଜର ହକ୍ ପାଇଁ ସ୍ୱାଭିମାନ ପାଇଁ ଲଢେଇ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ମହିଳା, ଶିକ୍ଷକ ଓ କର୍ମଚାରୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଜୟଶ୍ରୀ ପତି ଓ ତାଙ୍କ ଗୁରୁ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ପଣ୍ଡିତ ଶକ୍ତିଶେଖର ଶତପଥୀ ବେଦପାଠ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକ ସର୍ବଶ୍ରୀ ସଞ୍ଜୟ କୁମାର ସାମଲ, ଅରବିନ୍ଦ ନାୟକ, ସମୀରଣ ମଣ୍ଡଳ, ମାନସ ରଞ୍ଜନ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ, ଅଲେଖ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ରାଉତ, ନାରାୟଣ ପଣ୍ଡା, ତପନ କୁମାର ଦାସ, ମଳୟ କୁମାର ପାଣି, ରଘୁନାଥ ଦାସ, ମହେଶ୍ୱର ସାହୁ, ଚନ୍ଦ୍ରିକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟା ମଧୁଛନ୍ଦା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ପ୍ରସ୍ତୁତି ବୈଠକ

Sun Nov 9 , 2025
କେନ୍ଦ୍ରାପଡା ୮/୧୧ – କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ଅବସରରେ କେମର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଚଳିତ ବର୍ଷ ପୁସ୍ତକମେଳା ସରସ ସୁନ୍ଦର କରିବାପାଇଁ ସହରର […]

KANIKA